Latest Odisha News

ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ଓ ଉପନେତା

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ବିରୋଧୀ ଦଳ ନେତା ଓ ଉପନେତା ସୁସ୍ଥ ହେଉଛନ୍ତି । ଦୁହେଁ କରୋନା ସଂକ୍ରମିତ ହେବା ପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ୫୦ ଦିନ ହେବ ତାଙ୍କୁ ଭେଣ୍ଟିଲେଟର ବାହାରେ ରଖାଯାଇଛି । ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ।

ସେହିପରି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ବି ସୁସ୍ଥ ହେଉଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍ ଅଛି । ପୂର୍ବ ଅପେକ୍ଷା ବହୁତ ସୁଧାର ଆସିଥିବା ବେଳେ ଅକ୍ସିଜେନ୍ ସପୋର୍ଟ ନାହିଁ । କରୋନା ସଂକ୍ରମିତ ହେବା ପରେ ଗତ ୪ ତାରିଖରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ବିଷ୍ଣୁ ସେଠୀ । ତାଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା ।

Leave A Reply

Your email address will not be published.