Latest Odisha News

BREAKING NEWS

ବାମପନ୍ଥୀ ଉଗ୍ରବାଦ ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଦେଶରେ ବାମପନ୍ଥୀ ଉଗ୍ରବାଦର ସ୍ଥିତିକୁ ନେଇ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଏକ ସମୀକ୍ଷା ବୈଠକର ଆୟୋଜନ କରିଛନ୍ତି । ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହ କହିଥିଲେ ଯେ ଗତ କିଛି ଦଶନ୍ଧି ଧରି ବାମପନ୍ଥୀ ଉଗ୍ରବାଦ ଦେଶର ସବୁଠୁ ବଡ଼ ଆଭ୍ୟନ୍ତରୀଣ ସୁରକ୍ଷା ଆହ୍ୱାନ ପାଲଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପର ଞ୍ଛନ୍ୟୁ ଇଣ୍ଡିଆ‛ରେ ବାମପନ୍ଥୀ ଉଗ୍ରବାଦର କୌଣସି ସ୍ଥାନ ନାହିଁ ବୋଲି ସେ ଉଲ୍ଲେଖ କରିଥିଲେ । ଏହି ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ, କୃଷି, ଗ୍ରାମୀଣ ବିକାଶ, ପଂଚାୟତି ରାଜ, ଦକ୍ଷତା ବିକାଶ ଓ ଉଦ୍ୟମିତା, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ ଓ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ଆନ୍ଧ୍ର ପ୍ରଦେଶ, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା ଓ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ ।

ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ\nଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀ ଶାହ କହିଥିଲେ ଯେ ବାମପନ୍ଥୀ ଉଗ୍ରବାଦୀ ସଂଗଠନଗୁଡ଼ିକ ଗଣତାନ୍ତ୍ରିକ ବ୍ୟବସ୍ଥାର ବିରୋଧୀ । ସେମାନେ\nତୃଣମୂଳସ୍ତରରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଲାଗି ହିଂସାର ପ୍ରୟୋଗ କରୁଛନ୍ତି । ସେମାନେ\nଦେଶର ଅନୁନ୍ନତ ଅଂଚଳରେ ବିକାଶ ପ୍ରକ୍ରିୟାକୁ ଅଟକାଇବା ଲାଗି ସକ୍ରିୟ ଭାବେ ପ୍ରୟାସ କରୁଛନ୍ତି । ସେମାନଙ୍କର ରଣନୀତି ହେଉଛି ଲୋକମାନଙ୍କୁ ଭୁଲ ମାର୍ଗ ଦେଖାଇ ସେମାନଙ୍କୁ ଅଶିକ୍ଷିତ କରି ରଖିବା । ଶ୍ରୀ ଶାହ କହିଥିଲେ ଯେ ସାମଗ୍ରିକତାର ଶକ୍ତି, ଶେଷଧାଡ଼ିରେ ବିକାଶ ପହଁଚାଇବା ହେଉଛି ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ\n‘ନ୍ୟୁ ଇଣ୍ଡିଆ’ର ଆଧାର । ତେଣୁ ବାମପନ୍ଥୀ ଉଗ୍ରବାଦର ଦମନ ଜରୁରି । ଶ୍ରୀ ଶାହ କହିଥିଲେ ଯେ\nଯେଉଁମାନେ ହିଂସାର ଉପଯୋଗ କରି ଗଣତନ୍ତ୍ରକୁ କ୍ଷତି ପହଁଚାଇବା ଲାଗି ଚାହୁଁଛନ୍ତି ସେମାନଙ୍କ ବିରୋଧରେ ଭାରତ ଲଗାତାର ଲଢ଼େଇ କରିଚାଲିବ । ବାମପନ୍ଥୀ ଉଗ୍ରବାଦ ବିରୋଧରେ ସୁରକ୍ଷାବାହିନୀର ସଫଳତା ବିଷୟରେ ଉଲ୍ଲେଖ କରି ଶ୍ରୀ ଶାହ କହିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା ଓ ଘଟଣା ହ୍ରାସ ପାଇଛି ।

୨୦୦୯ରେ ୨୨୫୮ରୁ ଊଦ୍ଧ୍ୱର୍ ବାମପନ୍ଥୀ ଉଗ୍ରବାଦ ଘଟଣା ଘଟିଥିଲା । ମାତ୍ର ୨୦୧୮ରେ ଏପରି ଘଟଣା ସଂଖ୍ୟା ୮୩୩କୁ ଖସିଆସିଛି । ୨୦୧୦ରେ ଦେଶର ୯୬ଟି ଜିଲ୍ଲା ନକ୍ସଲ ହିଂସା ପ୍ରପୀଡ଼ିତ ଥିଲା, ୨୦୧୮ରେ ନକ୍ସଲ ହିଂସା ପ୍ରଭାବିତ ଜିଲ୍ଲା ସଂଖ୍ୟା ୬୦ରେ ସୀମିତ ରହିଛି । ଶ୍ରୀ ଶାହ କହିଥିଲେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ରାଜ୍ୟଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ତେଣୁ ବାମପନ୍ଥୀ ଉଗ୍ରବାଦର ମୁକାବିଲା ଲାଗି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟର ଆବଶ୍ୟକତା ରହିଛି । ବାମପନ୍ଥୀ ଉଗ୍ରବାଦ ଘଟଣା ହ୍ରାସ ପାଇଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ଭାବେ ମୂଳୋତ୍ପାଟନ କରାଯିବାର \nଆବଶ୍ୟକତା ରହିଛି । କେନ୍ଦ୍ର ଓ ରାଜ୍ୟ ପୂର୍ଣ୍ଣ ସାମର୍ଥ୍ୟର ସହ ଏହି ପ୍ରୟାସ ଜାରି ରଖିବା ଆବଶ୍ୟକ ବୋଲି ସେ\nକହିଥିଲେ ।\nଶ୍ରୀ ଶାହ ଏ ଦିଗରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବହୁମୁଖୀ ରଣନୀତି ବିଷୟରେ\nବିସ୍ତୃତ ବର୍ଣ୍ଣନା କରିଥିଲେ । ଏହି ରଣନୀତି ମଧ୍ୟରେ ରହିଛି ଅତ୍ୟାଧୁନିକ ପ୍ରଯୁକ୍ତିର ପ୍ରୟୋଗ, ଗୁଇନ୍ଦା ସୂଚନା nବିନିମୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ଇଣ୍ଡିଆନ ରିଜର୍ଭ ବାଟାଲିଅନ (ଆଇଆରବି) ସଂଖ୍ୟା ୬୬କୁ ବୃଦ୍ଧି\nକରିବା ଆଦି । ସ୍ଥାନୀୟ ସୁରକ୍ଷା ବଳର ସାମର୍ଥ୍ୟ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।\nକାରଣ ସ୍ଥାନୀୟ ସୁରକ୍ଷା ବାହିନୀ ହିଁ ଉପାନ୍ତ ଅଂଚଳରେ ବାମପନ୍ଥୀ ଉଗ୍ରବାଦ ସଂଗଠନକୁ ପ୍ରଭାବୀ ଢଙ୍ଗରେ\nନିଷ୍କ୍ରିୟ କରିପାରିବେ । ଏହି ପରିପ୍ରେକ୍ଷୀରେ ଶ୍ରୀ ଶାହ କହିଥିଲେ ଯେ ଉଗ୍ରବାଦ ପ୍ରବଣ ଅଂଚଳରେ କଡ଼ା\nଯାଂଚ ଏବଂ ସ୍ଥାନୀୟ ପୋଲିସର ଦକ୍ଷତା ବିନା ବାମପନ୍ଥୀ ଉଗ୍ରବାଦର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ସମ୍ଭବ ନୁହେଁ । ପୋଲିସ ଆଧୁନିକୀକରଣ ଲାଗି କେନ୍ଦ୍ରୀୟ ଯୋଜନା ଏବଂ ନିଜସ୍ୱ ବଜେଟର ଉପଯୋଗ ଲାଗି ସେ\nରାଜ୍ୟଗୁଡ଼ିକୁ ଆହ୍ୱାନ କରିଥିଲେ । ବାମପନ୍ଥୀ ଉଗ୍ରବାଦ ସଂଗଠନଗୁଡ଼ିକୁ ହେଉଥିବା ପାଣ୍ଠି ଯୋଗାଣ ଉପରେ ଅଙ୍କୁଶ ଲଗାଇବା ଉପରେ\nଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏ ଦିଗରେ ରାଜ୍ୟଗୁଡ଼ିକ ନେଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ । ଆହୁରି ଆତ୍ମସମର୍ପଣ ନୀତିକୁ ଯୁକ୍ତିଯୁକ୍ତ କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀ ରାଜ୍ୟଗୁଡ଼ିକୁ ଆହ୍ୱାନ\nକରିଥିଲେ, ଯଦ୍ଦ୍ୱାରା ବାମପନ୍ଥୀ ଉଗ୍ରବାଦ କବଳରେ ପଡ଼ୁଥିବା ନିରୀହ ଲୋକମାନେ ମୁଖ୍ୟସ୍ରୋତକୁ\nଆସିପାରିବେ ।\nଶ୍ରୀ ଶାହ କହିଥିଲେ ଯେ ମନ୍ତ୍ରଣାଳୟଗୁଡ଼ିକର ପ୍ରମୁଖ ଯୋଜନା ବ୍ୟତୀତ ବାମପନ୍ଥୀ ଉଗ୍ରବାଦ ପ୍ରବଣ ଅଂଚଳ\nପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯାଉଛି, ଏଥିମଧ୍ୟରେ ମୁଖ୍ୟତଃ ସଡ଼କ ଓ\nଟେଲି ଯୋଗାଯୋଗ ବିକାଶ, ଆର୍ଥିକ ଅନ୍ତର୍ଭୂକ୍ତିକରଣ, ଦକ୍ଷତା ବିକାଶ ଓ ଶିକ୍ଷା ସାମିଲ ରହିଛି ।

୨୦୧୫ରେ ବାମପନ୍ଥୀ ଉଗ୍ରବାଦର ମୁକାବିଲା ଲାଗି ନିଆଯାଇଥିବା ଜାତୀୟ ରଣନୀତି ବିଷୟରେ ସୂଚନା ଦେଇ ଶ୍ରୀ ଶାହ କହିଥିଲେ ଯେ ନିରାପତା, ବିକାଶ, ସହଭାଗୀ ପ୍ରଶାସନ ସୁନିଶ୍ଚିତ କରିବା ତଥା ସ୍ଥାନୀୟ ଅଧିବାସୀଙ୍କ ଅଧିକାର ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏକ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରାଯାଇଛି । ସେ କହିଥିଲେ ଯେ ଏହି ରଣନୀତି ଅଧୀନରେ ସ୍ଥାନୀୟ ନାଗରିକଙ୍କ ଅଧିକାର ସୁରକ୍ଷାକୁ ପ୍ରାଥମିକତାଦି ଆଯାଉଛି । ବାମପନ୍ଥୀ ଉଗ୍ରବାଦର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ଏବଂ ପ୍ରଭାବିତ ଅଂଚଳର ସାମଗ୍ରୀକ ବିକାଶ\nସୁନିଶ୍ଚିତ କରିବା ଲାଗି ଲକ୍ଷ୍ୟବଦ୍ଧ, ସମୟ ନିର୍ଦ୍ଧାରିତ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବା ଲାଗି ଶ୍ରୀ ଶାହ\ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.