Latest Odisha News

ନିଜ ଗୀତ ପାଇଁ ଚିରକାଳ ପାଇଁ ଅମର ରହିବେ ସ୍ୱର ସାମ୍ରାଜ୍ଞୀ: ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ନୀରବିଗଲେ ସ୍ୱର ସରସ୍ୱତୀ ଲତା ମଙ୍ଗେସକର । ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଦୀର୍ଘ ୨୯ ଦିନ ଭେଣ୍ଟିଲେଟରରେ ରହିବା ପରେ ୯୨ ବର୍ଷ ବୟସରେ ଆଖି ବୁଜିଛନ୍ତି । ଆଉ ଲତାଙ୍କ ଦେହାନ୍ତରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଲତାଙ୍କ ଦେହାନ୍ତରେ ଶୋକପ୍ରକାଶ କରିଛନ୍ତି । ନବୀନ ଟ୍ୱିଟ୍ କରି କହିଛନ୍ତି, ମେଲୋଡି କୁଇନ୍ ଅଫ୍ ଇଣ୍ଡିଆଙ୍କ ପରଲୋକ ବଡ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ସେ ଚିରକାଳ ପାଇଁ ନିଜର ଗୀତ ପାଇଁ ଆମ ମଧ୍ୟରେ ବଞ୍ଚି ରହିବେ ।

ଏହାସହ ଲତାଙ୍କ ଦେହାନ୍ତରେ ଦେଶରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହି ଦୁଇ ଦିନ ଭାରତୀୟ ଜାତୀୟ ପତାକା ଅର୍ଦ୍ଧନମିତ ହୋଇ ରହିବ । ପରେଡ ରୋଡ ବାସଭବନରେ ଲତାଙ୍କର ଶେଷ ଦର୍ଶନ କରିପାରିବେ ତାଙ୍କର ପ୍ରଂଶସକ । ଅପରାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଶେଷଦର୍ଶନ କରିପାରିବେ ଲୋକେ । ଶିବାଜୀ ପାର୍କରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ ।

 

 

ଦୀର୍ଘ ଦଶନ୍ଧି ଧରି ଲତା ଭାରତୀୟ ସଙ୍ଗୀତ ଜଗତ ସହ ଜଡିତ ରହିଛନ୍ତି । ଫିଲ୍ମ ସହ ସେ ଦେଶର ବିକାଶକୁ ନେଇ ମଧ୍ୟ ବେଶ ଚିନ୍ତିତ ଥିଲେ ।

Comments are closed, but trackbacks and pingbacks are open.