Latest Odisha News

BREAKING NEWS

ମାନସ ସ୍ୱାଇଁ ହତ୍ୟା ଘଟଣା: ଭଦ୍ରକ ଜେଲରେ ୨ ଅଭିଯୁକ୍ତଙ୍କୁ ୭ ଘଣ୍ଟା ଜେରା କଲା କ୍ରାଇମବ୍ରାଞ୍ଚ୍ ଟିମ୍

ଭଦ୍ରକ  : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଆଜି ୩ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ୭ ଘଣ୍ଟା ଧରି ଦୁଇ ଜଣଅଭିଯୁକ୍ତଙ୍କୁ ଜେରା କରିଛି । ଦିନ ୧୧ଟାରେ ଭଦ୍ରକ ସ୍ୱତନ୍ତ୍ର ପକାରାଗାରରେ ପହଁଞ୍ଚିଥିଲା କ୍ରାଇମବ୍ରାଞ୍ଚ୍ ଟିମ୍ । ତା ପରେ ବିବେକ ନାୟକ ଓ ଭାଗ୍ୟଧର ନାୟକଙ୍କୁ ଜେରା ଆରମ୍ଭ ହୋଇଥିଲା । ଜେରା ସମୟରେ ଦୁଇ ଜଣ ଅପହରଣ ଠାରୁ , ନିର୍ଯ୍ୟାତନା ଓ ମୃତ ଦେହ ପୋତିବା ପଛରେ ହାତ ଅଛି କି ନାହିଁ ସେ ବିଷୟରେ ଅଧିକ ପଚରା ଉଚରା କରିଥିଲେ ବୋଲି ସୂଚନା ମିଳିଛି ।

ମାନସ ସ୍ୱାଇଁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶିର୍ମିଷ୍ଠା ସମେତ ୭ ଜଣ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ତେବେ ପୂର୍ବରୁ ଦୁଇଥର କ୍ରାଇମବ୍ରାଞ୍ଚ୍ ଟିମ୍ ଶର୍ମିଷ୍ଠାଙ୍କୁ ରିମାଣ୍ଡରେ ନେଇଥିଲେ ମଧ୍ୟ ମେମୋରି ଚିଫ୍ ଏପର୍ଯ୍ୟନ୍ତ ମିଳିପାରିନାହିଁ । ତେବେ ଚାନ୍ଦବାଲି ପୋଲିସ ପ୍ରଥମେ ତିନି ଜଣଙ୍କୁ ଗିରଫ କରିଥିଲା ।ହେଲେ ହତ୍ୟା ମାମଲା  କୌଣସି ପଚରା ଉଚରା କରିନଥିଲେ କି କ୍ରାଇମବ୍ରାଞ୍ଚ୍ ଜେରା କରିନଥିଲେ ।

ଗତ ୧୩ତାରିଖ ଦିନ ଚାନ୍ଦବାଲି ଜେଏମଏଫସି କୋର୍ଟ ଭାଗ୍ୟଧର ନାୟକ ଓ ବିବେକ ନାୟକଙ୍କୁ କ୍ରାଇମବ୍ରାଞ୍ଚ୍ ଟିମ୍ ଜେରା କରିବା ପାଇଁ ଆବେଦନ କରିଥିଲେ ।ହେଲେ ଆଜି ଦୁଇ ଜଣଙ୍କୁ ଜେରା କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆଜି କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ ଡିଏସପି କଳ୍ପନା ସାହୁ, ଶରତ କୁମାର ସାହୁ ଓ ନରେନ୍ଦ୍ର ବେହେରା ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରେ ପହଁଞ୍ଚି ଦିନ ୧୧ଟାରୁ ସନ୍ଧ୍ୟା ୬ ଟା ଯାଏଁ  ଜେରା କରିଥିଲେ ।

Leave A Reply

Your email address will not be published.