ପଞ୍ଜାବ: ପଞ୍ଜାବରେ ଚାଲିଛି ଅବାଧ ବାଘ ଶିକାର । ମଙ୍ଗଳବାର ରୁପନଗର ଜିଲ୍ଲା ନିକଟସ୍ଥ ଜଙ୍ଗଲରୁ ଏକ ୫ ବର୍ଷୀୟ କଲରାପତରିଆ ଛୁଆର ମୃତଦେହ ମିଳିଛି । ବାଘଟି ଗୁଳିର ଶିକାର ହୋଇଛି । ତେବେ ବାଘକୁ ପେଶାଦାର ଶିକାରୀ ଗୁଳି ମାରିଛି କି ଆଉ କିଏ ତାହା ସ୍ପଷ୍ଟ କରିଛନ୍ତି ଡିଏଫଓ କୁଲରାଜ ସିଂ ।
ତାଙ୍କ କହିବାନୁସାରେ, ପେଶାଦାର ଶିକାରୀ ଗୁଳି ଚଳାଇ ନାହାଁନ୍ତି । କୌଣସି ବ୍ୟକ୍ତି ବାଘ ଛୁଆକୁ କାବୁ କରିବାକୁ ଗୁଳି ଚଳାଇଥିବେ । କିନ୍ତୁ କୌଶଳକ୍ରମେ ଖସିପଳାଇ ଜଙ୍ଗଲରେ ଆତ୍ମଗୋପନ କରିଛି । ପରେ ବାଘର ମୃତ୍ୟୁ ହୋଇଛି । କଲରାପତରିଆ ବାଘର ପୋଷ୍ଟମର୍ଟମ ହୋଇଛି । ମୃତଦେହରୁ ଗୁଳି ବାହାର କରାଯାଇଛି । ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ ହୋଇଥିବା ଡିଏଫଓ କହିଛନ୍ତି ।
ଏହା ପୂର୍ବରୁ ମଧ୍ୟ ଏକ ୬ ମାସର ବାଘ ଛୁଆର ଶବକୁ ନିକୁ ନଙ୍ଗଲ ଟାଉନସିପ୍ ଠାରେ ଉଦ୍ଧାର କରାଯାଇଥିଲା । ଏଥିରୁ ବୁଝାପଡୁଛିଯେ, ବାଘ ଛୁଆ ଜନବସତିମୁହାଁ ହେଉଛନ୍ତି । ସେମାନଙ୍କୁ ଦେଖି ଲୋକେ ଗୁଳି ଚଳାଉଛନ୍ତି । ତେବେ ବନବିଭାଗ ସହିତ ପୋଲିସ ପ୍ରଶାସନ ପାଇଁ ବି ଏହି ଦୁଇ ଘଟଣା ଚିନ୍ତାର କାରଣ ହୋଇଛି ।
BREAKING NEWS
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

Comments are closed.