ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲାର ଖରିଆର ବନଖଣ୍ଡ ଅନ୍ତର୍ଗତ ଉଦ୍ୟାନବନ୍ଧ ବନାଞ୍ଚଳରେ ଓଡ଼ିଶା ଭିଜିଲାନ୍ସର ବନ ବିଭାଗ (ଫରେଷ୍ଟ ୱିଙ୍ଗ୍) ପକ୍ଷରୁ ମଙ୍ଗଳବାର ଦିନ କରାଯାଇଥିବା ଏକ ଚଢ଼ଉ ସମୟରେ ଏକ କଲରପତରିଆ ବାଘ ଚମଡ଼ା ଜବତ କରାଯାଇଛି।
ଏକ ସୂଚନା ଆଧାରରେ ଭିଜିଲାନ୍ସ ଅଧିକାରୀମାନେ ଏହି ଚଢ଼ଉ କରି ବନ୍ୟପ୍ରାଣୀ ସମ୍ବନ୍ଧୀୟ ଏକ ମାମଲା ଠାବ କରିଥିଲେ। ଘଟଣାସ୍ଥଳରୁ ଗୋଟିଏ କଲରପତରିଆ ବାଘର ଚମଡ଼ା ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିଲା।
ଅଭିଯୁକ୍ତ ଜଣକ ନୂଆପଡ଼ା ଜିଲ୍ଲାର କୋମନା ଥାନା ଅନ୍ତର୍ଗତ କୁମୁଣ୍ଟିମୁଣ୍ଡା ଗ୍ରାମର ଇନାୟତ୍ ଅଲ୍ଲୀ ବୋଲି ଚିହ୍ନଟ କରାଯାଇଛି। ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ର ଧାରା ୯ ଉଲ୍ଲଂଘନ ଏବଂ ଧାରା ୫୧ ଅନୁଯାୟୀ ଦଣ୍ଡନୀୟ ଅପରାଧ ପାଇଁ ତାଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା। ତେବେ ଏନେଇ ସୂଚନା ମିଳିପାରିନାହିଁ।

