ଆମେରିକା: ବିଶ୍ୱର ପ୍ରଥମ ଘଟଣା । ଜଣେ ମଣିଷ ପେଟରେ ଘୁଷୁରୀର କିଡ୍ନୀ । ଆଜ୍ଞା ହଁ, ଜଣେ ୬୬ବର୍ଷୀୟ ବ୍ୟକ୍ତି ବଂଚିଛନ୍ତି ଘୁଷୁରୀର କିଡ୍ନୀରେ । ପ୍ରାୟ ୨୭୧ଦିନ ବା ୯ ମାସ ହେବ ବିନା ମଣିଷ କିଡନୀରେ ଭଲ ଅଛନ୍ତି । ଘୁଷୁରୀ କିଡନୀକୁ ଦେହରେ ରଖି ଜୀବନ ବଂଚିିଛନ୍ତି ବ୍ୟକ୍ତି ଜଣକ । ଏପରି ଆଶ୍ଚର୍ଯ୍ୟକର ଖବର ଦେଖିବାକୁ ମିଳିଛି ଆମେରିକାରେ । ଆମେରିକାର ଟିମ୍ ଆଣ୍ଡ୍ରିଉସ୍ଙ୍କର କିଡନୀ ଡ୍ୟାମେଜ୍ ହୋଇଥିଲା । କେହି ଡୋନର୍ ନମିଳିବାରୁ ଗତ ୨୫ ଜାନୁଆରୀ ୨୦୨୫ରେ ତାଙ୍କ ଦେହରେ ଏକ ମୋଡିଫାଏଡ ଘୁଷୁରୀ କିଡନୀ ଟ୍ରାନ୍ସପ୍ଲାଂଟ୍ ହୋଇଥିଲା । ଘୁଷୁରୀ କିଡନୀରେ ସେ ୯ମାସ ବଂଚିବା କୌଣସି ଆଶ୍ଚର୍ଯ୍ୟରୁ କମ୍ ନୁହେଁ । ଏହି ଖବର ଚଳିତ ମାସ ଲାସେଟ୍ ରିସର୍ଚ ପେପରରେ ସ୍ଥାନ ପାଇଛି । ଏଥିରେ ତାଙ୍କୁ ସେହି ମାନବ ଭାବେ ଦଶାଯାଇଥିଲା, ଯିଏକି ଏକ ଘୁଷୁରି ବୃକକ ପ୍ରତିରୋପଣ ପରେ ଜଣେ ମଣିଷ ଠାରୁ କିଡନୀ ଗ୍ରହଣ କରିଥିଲେ । ଡାକ୍ତରଙ୍କ କହିବା କଥା, ଆଣ୍ଡ୍ରିଉସ୍ଙ୍କ କିଡନୀ କାମ ନକରିବା, ତାପରେ ମଣିଷ କିଡନୀ ନମିଳିବା ଏବଂ ପଶୁ କିଡନୀକୁ ମଣିଷ ଦେହରେ ପ୍ଲାଂଟ କରିବା ପରେ ସେ ସୁସ୍ଥ ହେବା ଖୁବ୍ ଚମତ୍କାରର କଥା । ଦେଶରେ ପ୍ରତି ବର୍ଷ ପାଖାପାଖି ୨ଲକ୍ଷ ରୋଗୀଙ୍କୁ କିଡନୀର ଆବଶୟକତା ରହୁଛି । କିନ୍ତୁ କେବଳ ୧୪ହଜାର ୫ଶହ କିଡନୀ ସଫଳ ଭାବେ ପ୍ରତିରୋପ ହୋଇପାରିଛି । ଏସବୁ ଭିତରେ ଗୋଟିଏ ସକରାତ୍ମକ କଥା ହେଉଛି, ସମ୍ପୃକ୍ତ ରୋଗୀଙ୍କ ଦେହରେ ଘୁଷୁରୀ କିଡନୀ ପ୍ରତିରୋପଣ ପରେ ପୁରା ୯ ମାସ ତାଙ୍କର ଡାଇଲିସିସର ଆବଶ୍ୟକତା ପଡିନାହିଁ । ଯାହା ମଣିଷର ବୃକକ୍ ପରି କାମ କରିଥିଲା ଏବଂ ମଣିଷର ବୃକକ୍ ଉପଲବ୍ଧ ହେବା ଯାଏ ଏକ ସେତୁ ପରି କାମ କରିଥିଲା ବୋଲି ପୁନେର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି । ସାଧାରଣତଃ ପ୍ରାଣୀର ଏକ ସମ୍ପାଦିତ ଅଙ୍ଗ ରୋଗୀକୁ ଡାଇଲିସିସ୍ ମୁକ୍ତ ରଖିବାରେ ସହାୟକ ହୁଏ । ଯାହା ଏହି କେସ୍ରୁ ଜଣାପଡିଛି । ଟିମ୍ ଆଣ୍ଡ୍ରିଉସ୍ଙ୍କୁ ପୁରା ନଜର ରଖିଥିଲେ ଡାକ୍ତରୀ ଟିମ୍ । ଜୀବନ ମରଣ ସମସ୍ୟା ଭିତରେ ପରୀକ୍ଷାମମୂଳକ ଭାବେ ଚିକିତ୍ସାକୁ ଖୁବ୍ ପ୍ରଶଂସା କରାଯାଉଛି । ଘୁଷୁରୀ କିଡନୀ ଟ୍ରାନ୍ସପ୍ଲାଂଟ ପରେ ରୋଗୀକୁ ପୁରା ଅବଜରଭେସନରେ ରଖାଯାଇଥିଲା । ଇନଫେକ୍ସନ, କିମ୍ବା ରୋଗୀର ଶରୀର ଘୁଷୁରୀର କିଡନୀକୁ ସପୋର୍ଟ କରିବ କି ନାହିଁ ତାର ତନତନ ଯାଂଚ କରାଯାଉଥିଲା । କିନ୍ତୁ ଘୁଷୁରୀ କିଡନୀ ଟ୍ରାନ୍ସପ୍ଲାଂଟ ପରେ ସଙ୍ଗେ ସଙ୍ଗେ ତାହା କାମ କରିବା ଆରମ୍ଭ କରିଥିଲା । କିନ୍ତୁ ୧୪ତମ ଦିନରେ ଶରୀର ରୋଗପ୍ରତିରୋଧକ ସେଲ୍ କିଡନୀକୁ ଆଟାକ୍ କରିଥିଲା । କିନ୍ତୁ ଡାକ୍ତରୀ ଟିମ୍ ସେ ସବୁର ଆବଶ୍ୟକୀୟ ଚିକିତ୍ସା ଦେଇଥିଲେ । ୬ମାସ ପରେ ଘୁଷୁରୀର ବୃକକ୍ ଠିକ୍ ଠାକ୍ ଚାଲିଥିଲା । ଏହାପରେ ଆଣ୍ଡ୍ରିଉସ୍ ଏକ ବ୍ୟାକ୍ଟେରିଆଲ ଇନଫେକ୍ସନ ଫେସ୍ କରିଥିଲେ, ତାହା ଘୁଷୁରୀଠାରୁ ଆସିନଥିଲା । ଏସବୁ ଭିତରେ ମଣିଷ କିଡନୀ ଯୋଗାଡ ହୋଇସାରିଥିଲ।। ଏବଂ ୯ମାସ ପରେ ଆଣ୍ଡ୍ରିଉସଙ୍କୁ ଲାଗିଲା ମଣିଷ ବୃକକ୍ । ଏବେ ସେ ପୁରା ଫିଟ୍ । ତାଙ୍କ ଦୈନନ୍ଦିନ କାମ କରିବା ସହ ମାଛଧରିବା, ବାଇକ୍ ଚଲାଇ ପାରୁଛନ୍ତିା ଡାକ୍ତରୀ ଟିମ୍ଙ୍କ ଏକ୍ସପେରିମେଣ୍ଟାଲ ଚିକିତ୍ସା ତାଙ୍କୁ ନୂଆ ଜୀବନ ଦେଇଛି ବୋଲି କହିଛନ୍ତି ।
BREAKING NEWS
- ସେକେଣ୍ଡ ହ୍ୟାଣ୍ଡ ସ୍କୁଟି କିଣୁଥିବା ବେଳେ ଧରାପଡ଼ିଲା ୪୫ ହଜାର ଟଙ୍କା ନକଲି ନୋଟ
- ମଣିଷ ପେଟରେ ଘୁଷୁରୀ କିଡ୍ନୀ
- କଲରାପତରିଆ ବାଘ ଚମଡ଼ା ଜବତ କଲା ଭିଜିଲାନ୍ସ, ଜଣେ ଅଟକ
- ଜାମୁଇରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର
- HIV: ବଟିକା ଅପେକ୍ଷା ଇଂଜେକ୍ସନ ଭଲ !
- ଅକ୍ଟୋବର ୧ରୁ ବଦଳିବ FDର ନିୟମ! ଟଙ୍କା ରଖିବା ପୂର୍ବରୁ ଥରେ ପଢିନିଅନ୍ତୁ କ’ଣ ହେବ ପରିବର୍ତ୍ତନ…
- ଶହେ ଟଙ୍କା ଲାଂଚ, ୩୧ବର୍ଷ ପରେ ଜେଲ୍
- Monsoon Session: ଆରମ୍ଭରୁ ହଙ୍ଗାମା, ଶୋକ ପ୍ରସ୍ତାବ ପରେ ଗୃହରେ ହଟ୍ଟଗୋଳ; ୧ଟା ୧୦ ପର୍ଯ୍ୟନ୍ତ ମୁଲତବୀ ହେଲା ବିଧାନସଭା
- ମାଲକାନଗିରି ଓ ନବରଙ୍ଗପୁର ସମେତ ଏସବୁ ଜିଲ୍ଲାରେ ୩ ଦିନ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
- Jamui Student Assault: ଦେଖିପାରିବେନି ଭିଡିଓ…ବିହାର ରାସ୍ତାରେ ନାବାଳିକାଙ୍କ ସହ କିଛି ଏମିତି ଘଟିଲା, ଛାତି ଥରାଇ ଦେବ ଦୃଶ୍ୟ!
