ଦେବଗଡ: କଲରାପତରିଆ ବାଘଛାଲ ଚାଲାଣ ଅଭିଯୋଗରେ ବନବିଭାଗ ଦେବଗଡ଼ ଛତାବାର ଘାଟ ନିକଟରୁ ୬ ଜଣଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ତିଳେଇ ବଣି ଅଞ୍ଚଳର ଦେବେନ୍ଦ୍ର ରାଣାଛୁରିଆ (୩୬) ହୋଇଥିବାବେଳେ ଅନ୍ୟଜଣଙ୍କ ବାରକୋଟେ ଅଞ୍ଚଳର ସନାତନ ଲୁହାରା(୧୯) ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ ନିଜକୁ ଗ୍ରାହକର ପରିଚୟ ଦେଇ ଦେବଗଡ଼ ବନଖଣ୍ଡ ଅଧିକାରୀ କୁଶ ଚରଣ ସିଂ, ବନଅଧିକାରୀ ପ୍ରସନ୍ନ ସାହୁ ଏବଂ ତାଙ୍କ ଟିମ ଏମାନଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି ।
ମିଳିଥିବା ବାଘଛାଲଟି ଏକ କଲରାପତରିଆ ବାଘର ହୋଇଥିବା ବେଳେ, ଏହାର ଲମ୍ବ ୧.୦୫ ମିଟର ବୋଲି ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାସହ ଚାଲାଣ ପାଇଁ ସେମାନେ ବ୍ୟବହାର କରୁଥିବା ଏକ ବୋଲେରୋ ଗାଡିକୁ ମଧ୍ୟ ବନବିଭାଗ ଜବତ କରିଥିବା ଡିଏଫଓ କ୍ଷମା ସାରଙ୍ଗୀ ସୂଚନା ଦେଇଛନ୍ତି ।
ଏହି ରାକେଟରେ ଆଉ କିଛି ବ୍ୟକ୍ତି ସାମିଲ ଥିବା ସନ୍ଦେହ କରାଯାଉଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା କହିଛିନ୍ତି ଡିଏଫଓ ।
ଜବତ କରାଯାଇଥିବା ବାଘଛାଲର ମୂଲ୍ୟ ପାଖପାଖି ୨ ଲକ୍ଷ ଟଙ୍କା ହେବ ବୋଲି ସୂତ୍ରରୁ ପ୍ରକାଶ ।
Comments are closed.