Latest Odisha News

BREAKING NEWS

ବଲାଙ୍ଗିରରେ କଲରାପତରିଆ ବାଘ ଆତଙ୍କ

ଟିଟଲାଗଡ: ବଲାଙ୍ଗିର ଜିଲ୍ଲାର ସଇଁନ୍ତଲାସ୍ଥିତ ବଡମାଳ ଗୋଳାବାରୁଦ କାରଖାନା ନିକଟସ୍ଥ ଅଞ୍ଚଳରେ କଲରାପତିଆ ବାଘ ବିଚରଣ କରୁଥିବା ନଜରକୁ ଆସିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଗତ କିଛି ଦିନ ହେବ ଉକ୍ତ ଅଞ୍ଚଳରେ ଏକ କଲରାପତରିଆ ବାଘ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସମ୍ପୃକ୍ତ ଅଞ୍ଚଳରେ ବାଘ ବିଚରଣ କରୁଥିବାର ଦୃଶ୍ୟ ଏକ କ୍ୟାମେରାରେ କଏଦ ହୋଇଥିବା ନେଇ ଜଣାପଡିଛି ।

ତେବେ ଏସମ୍ପର୍କରେ ସ୍ଥାନୀୟ ରେଞ୍ଜରଙ୍କ ଠାରୁ କୌଣସି ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.