ଭୁବନେଶ୍ବର: ନନ୍ଦନକାନନକୁ ଆସିବ ଆଉ ଏକ ନୂଆ ଅତିଥି । ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନରେ ଚିତା ଦେଖିବାର ସୁଯୋଗ ପାଇବେ । ତେବେ ଖୁବ ଶୀଘ୍ର ଆଫ୍ରିକାରୁ ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିବ ଚିତା ବାଘ ।
ଚିତା ବାଘଙ୍କ ଦୌଡ଼ିବା ଗତି ସର୍ବାଧବକ ୧୦୩ କିମି ପର୍ଯ୍ୟନ୍ତ ହୋଇଥାଏ । ଯାହା ଅନ୍ୟ ବାଘ ତୁଳନାରେ ସର୍ବାଧିକ ଅଟେ ।
ତେବେ ଚିତା ଆସିବା ନେଇ ନନ୍ଦନକାନନରେ ସ୍ବତନ୍ତ୍ର ଖୁଆଡ଼ ନିର୍ମାଣ ଚାଲିଛି । ଆସନ୍ତା ବର୍ଷ ମେ ମାସ ସୁଦ୍ଧା ଖୁଆଡ ନିର୍ମାଣ କାର୍ଯ୍ୟ ଶେଷ ହେବ । ଖୁଆଡ ନିର୍ମାଣ ସରିବା ପରେ ନନ୍ଦନକାନନକୁ ଚିତା ଅଣାଯିବ ବୋଲି ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।