Latest Odisha News

BREAKING NEWS

ପୋଲିସ ଭ୍ୟାନ ନେଲା ୨ଜୀବନ; ଜଣେ ଗୁରୁତର

ସୁନ୍ଦରଗଡ଼:ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼ା ଥାନା ଛଟେନପାଲି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ପୋଲିସ ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଲେଫ୍ରିପଡ଼ା ଥାନା ଗାଡ଼ି ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ପରିଚୟ ମିଳି ନାହିଁ।

ସୂଚନାମୁତାବକ, ଗୋଟିଏ ବାଇକରେ ତିନି ଜଣ ଯୁବକ ଯାଉଥିବାବେଳେ ଛଟେନପାଲି ନିକଟରେ ସାମ୍ନାରୁ ଆସୁଥିବା ଲେଫ୍ରିପଡ଼ା ଥାନାର ପୋଲିସ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ ତିନି ଜଣ ଯାକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଓ ଜଣେ ଗୁରୁତରଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.