Latest Odisha News

BREAKING NEWS

କୋରାପୁଟରେ ଗୋହତ୍ୟା ଓ ମାଂସ ବିକ୍ରି ଘଟଣା; ଜଣେ ମହିଳାଙ୍କ ସମେତ ୨ ଗିରଫ,୧୫ ଅଟକ

କୋରାପୁଟ:ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୫ଜଣଙ୍କୁ ରବିବାର ଅଟକ ରଖାଯାଇଛି। ଏହି ଘଟଣା କୋରାପୁଟ ଜିଲ୍ଲାରେ ପ୍ରଥମ ବୋଲି ଆଲୋଚନା ହେଉଛି।

ଅଭିଯୁକ୍ତମାନେ ହେଲେ ହମିଦ ବିବି ଓ ମାଧବ ଭୋଈ। ୩ କଟାଯାଇଥିବା ଗାଈକୁ ଜବତ କରାଯାଇଥିବା ଟାଉନ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ସୂଚନା ଦେଇଛନ୍ତି।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ସହର ଉପକଣ୍ଠ ଚିନ୍ଦ୍ରି ନିକଟରେ ଗୋରୁ କାଟିବା ସହ ଗୋମାଂସ ବିକ୍ରି ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା। ସୂଚନାପାଇ ଚିନ୍ଦ୍ରି ଗାଁ ପାହାଡ ନିକଟରେ ଆଜି ଭୋର ପ୍ରାୟ ୪ଟା ବେଳେ ପୋଲିସ ଚଢ଼ାଉ କରିଥିଲା। ଛାପର ଗାଁର ମାଧବ ଭୋଇ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଥିବା ବେଳେ ରହିମ ଫେରାର ରହିଛି। ସେହିପରି ଭାବେ ପୁରୁଣା କୋରାପୁଟ ଅଞ୍ଚଳରେ ଗୋଟିଏ ଘରେ ଗୋମାଂସ କାଟିବା ବେଳେ ଚଢ଼ାଉ କରି ହାମିଦା ବିବି ନାମକ ଜଣେ ମହିଳାକୁ ଗିରଫ କରାଯାଇଥିବା ବେଳେ ହାମିଦା ଙ୍କ ପୁଅ ଅବଦୁଲ ସେଖ୍ ଫେରାର ରହିଛି। ଉଭୟେ ଚିନ୍ଦ୍ରି ରେଳ ଲାଇନ ନିକଟରେ ପାହାଡ ତଳେ ୨ ଗୋଟି ଦୋକାନ କରି ଗୋମାଂସ ବିକ୍ରି କରୁଥିଲେ। ଏପରି ଗୋରୁ କାଟି ମାଂସ ବିକ୍ରି କୋରାପୁଟ ରେ ପ୍ରଥମ ବୋଲି କୁହାଯାଉଛି।

ଏ ନେଇ ଟାଉନ ଥାନାରେ ନଂ.୨୦୯/୨୦୨୬ ଓ ନଂ.୨୧୦/୨୦୨୬ରେ ୨ଟି ମାମଲା ରୁଜୁ କରାଯାଇଛି। ମାଜିଷ୍ଟ୍ରେଟ ଭଗବାନ ନାୟକଙ୍କ ଉପସ୍ଥିତିରେ ଚଢ଼ାଉ ହୋଇଥିଲା। ଭେଟେରିନାରୀ ସର୍ଜନ ଡା. ହିମାଂଶୁ ସ୍ବାଇଁଙ୍କ ତତ୍ତ୍ୱାବଧାନରେ ଜବତ ଗାଈର ଅବଶେଷକୁ ନିୟମ ଅନୁଯାୟୀ କିଛି ପୋତି ଦିଆଯାଇ ଓ ଆଉ କିଛି ପୋଡ଼ି ନଷ୍ଟ କରାଯାଇଛି।

Leave A Reply

Your email address will not be published.