Latest Odisha News

ଆସ ବୁଲିଯିବା ଓଡିଶା:ପ୍ରାକୃତିକ ସୈାନ୍ଦର୍ଯ୍ୟ ଭୂସ୍ୱର୍ଗ, ସାତକୋଶିଆ ଅଭୟାରଣ୍ୟ

ରାଜ୍ୟରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ ନେଇ ଓଡିଶା ସମ୍ବାଦର ସ୍ବତନ୍ତ୍ର ଉପସ୍ଥାପନା "ଆସ ବୁଲିଯିବା ଓଡିଶା"

ବୌଦ୍ଧ: ଶୀତଋତୁ ଆଗମନରେ ଚଳଚଞ୍ଚଳ ହେଉଛି ପ୍ରତ୍ୟେକ ପର୍ଯ୍ୟଟନସ୍ଥଳୀ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପର୍ଯ୍ୟଟନ କ୍ଷେତ୍ରର ସୁନ୍ଦରତା ଉପଭୋଗ କରିବା ପାଇଁ କାହିଁ କେତେ ଦୂରରୁ ପର୍ଯ୍ୟଟକମାନେ ଧାଇଁ ଆସିଥାନ୍ତି । ଭୋଜିଭାତ ସାଙ୍ଗକୁ ପ୍ରକୃତିର ଶୋଭାରାଜିର ଭରପୁର ମଜ୍ଜା ନେଇଥାନ୍ତି ପର୍ଯ୍ୟଟକ । ତେବେ ଯଦି ଆପଣ ବି ପ୍ରକୃତି କୋଳରେ କିଛି ସମୟ ବିତେଇବାକୁ ଚାହୁଁଛନ୍ତି ତେବେ ଥରେ ବୁଲି ଯାଆନ୍ତୁ ସାତକୋଶିଆ ଅଭୟାରଣ୍ୟକୁ ।

ପାହାଡ଼, ନଦୀ, ନାଳ ଓ ଜଙ୍ଗଲରେ ଭରପୁର ଅଞ୍ଚଳ ହେଉଛି ବୌଦ୍ଧର ସାତକୋଶିଆ। ପର୍ଯ୍ୟଟନ ୠତୁ ଆସିଲେ ବେଶ୍‌ ଚଳଚଞ୍ଚଳ ହୋଇପଡ଼େ ଏହି ସ୍ଥାନ । ପ୍ରାକୃତିକ ସବୁଜିମା ପରିବେଶକୁ ନେଇ ଗଢି ଉଠିଥିବା ସାତକୋଶିଆ ଗଣ୍ଡ ଓଡ଼ିଶାର ବିରଳ ସ୍ଥାନ ମାନଙ୍କ ମଧ୍ୟରୁ ଗୋଟିଏ । ଏହାର ସୌନ୍ଦର୍ଯ୍ୟକୁ ଯିଏ ଥରେ ଦେଖିଛି ତାହା ଅପାସୋରା ହୋଇ ରହିବ । ଏହା ଆଜି ମଧ୍ୟ ସଭ୍ୟତାର ମୋହଠାରୁ ବହୁ ଦୂରରେ । ଏହାର ସୌନ୍ଦର୍ଯ୍ୟକୁ ଯିଏ ଥରେ ଦେଖିଛି ସେ ମୁଗ୍ଧକର  ହୋଇ ପଡିଛି ।

ଏହା ମଧ୍ୟ ପଢନ୍ତୁ

https://odishasambad.in/historic-ranpur-and-scenic-beauty-of-maninaga/

ତେବେ ଅନୁଗୋଳ, ନୟାଗଡ଼, କଟକ ଓ ବୌଦ୍ଧ ଜିଲ୍ଲାର କିଛି ଅଂଶକୁ ନେଇ ସାତକୋଶିଆ ଅଭୟାରଣ୍ୟ ଗଠିତ। ଏହି ଅଭୟାରଣ୍ୟ ଭିତରେ ମହାନଦୀ ସାତକୋଶିଆ ଗଣ୍ଡର ଦୈର୍ଘ୍ୟ ହେଉଛି ସାତ କୋଶ ଅର୍ଥାତ୨୨ କି.ମି ଲମ୍ବ। ସମ୍ବର, ହରିଣ, ଜଙ୍ଗଲି ବାରହା ଆଦି ଜୀବମାନଙ୍କର ଏହା ହେଉଛି ବାସସ୍ଥାନ। ଏହି ଅଭୟାରଣ୍ୟରେ ଚିତା, ମହାବଳ ବାଘ ମଧ୍ୟ ଦେଖିବାକୁ ମିଳନ୍ତି । କୋଚିଲାଖାଇ, ଫିସିଙ୍ଗ୍ ଇଗଲ୍, କ୍ରେଷ୍ଟେଡ୍ ସର୍ପେଣ୍ଟ ଇଗଲ, କଜଳପାତି, ଶାରୀ ଇତ୍ୟାଦି ପକ୍ଷୀ ମାନଙ୍କର ମଧୁର କାକଳିରେ ପ୍ରକୃତି ତା’ର ଶାନ୍ତି ଖେଳେଇଥାଏ । ବିରଳ ବାଦୁଡି, କଇଁଛ, ଗୁଣ୍ଡୁଚି, ଅହିରାଜ, ଅଜଗର, ଗୋଧି, ଘଡିଆଳ କୁମ୍ଭୀର, ମଗର କୁମ୍ଭୀର ଆଦି ବିଭିନ୍ନ ସରୀସୃପର ସମ୍ଭାର ଏହି ସ୍ଥାନରେ ଦେଖିବାକୁ ମିଳେ ।

ପାହାଡର ଉପରି ଭାଗରେ ଶୀତଳପାଣି ଏକ ସ୍ଥାନ ରହିଛି ଯେଉଁଠାରେ ବର୍ଷତମାମ ବରଫପରି ଥଣ୍ଡାପାଣି ଉପଲବ୍ଧ । ଭବ୍ୟ ସାତକୋଶିଆ ଗଣ୍ଡ ଓ ବିଶାଳ ମହାନଦୀର ମନୋରମ ଦୃଶ୍ୟକୁ ଉପଭୋଗ କରିବା ନିମନ୍ତେ ଛାମୁଣ୍ଡିଆ ନିକଟସ୍ଥ ବଡମୂଳଠାରେ ମହାନଦୀ ବନ୍ୟବିଭାଗ ତରଫରୁ ଏକ ସୁଉଚ୍ଚ ଟାଓ୍ୱାର ନିର୍ମାଣ କରାଯାଇଛି । ସାତକୋଶିଆ ଅଭୟାରଣ୍ୟ ନୟାଗଡର ମହାନଦୀ ସଂରକ୍ଷିତ ଜଙ୍ଗଲ ଏବଂ ବୌଦ୍ଧ ଜିଲ୍ଲାର ନନ୍ଦାଗଡୁ ସଂରକ୍ଷିତ ଜଙ୍ଗଲ ପର୍ଯ୍ୟନ୍ତ ବ୍ୟାପିଛି । ଏହାର ସୌନ୍ଦର୍ଯ୍ୟକୁ ସ୍ପର୍ଶ କରିବା ପାଇଁ କାହିଁ କେତେ ଦୂରରୁ ଲୋକ ଏଠାକୁ ଆସିଥାନ୍ତି । ଏଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଥିବାରୁ ବର୍ଷତମାମ ଲୋକଙ୍କ ଭିଡ଼ ଜମିଥାଏ ।

 

Leave A Reply

Your email address will not be published.