ଜେନେଭା: WHOର ଗ୍ଲୋବାଲ ହେଲ୍ଥ ଏଷ୍ଟିମେଟ୍ ରିପୋର୍ଟରେ ଖୁସି ଖବର । ବିଶ୍ୱ ପୁଣି ଫେରୁଛି କରୋନା ପୂର୍ବସ୍ଥିତିକୁ । କୋଭିଡ ମହାମାରୀ ପୂର୍ବରୁ ଥିବା ଆୟୂଷ ହାର ପୁଣି ସାମାନ୍ୟ ସ୍ଥିତିକୁ ଆସିଛି । ୨୦୨୩ ମସିହାରେ ହାରାହାରି ଆୟୁଷ ୭୩.୩ ବର୍ଷରେ ପହଂଚିଛି । ମହାମାରୀ ଆରମ୍ଭ ହେବା ପୂର୍ବରୁ ଅର୍ଥାତ୍ ୨୦୧୯ରେ ୭୩.୪ ବର୍ଷର ଆୟୁଷ ରେକର୍ଡ ହୋଇଥିଲା । କରୋନା ଭାଇରସ୍ ସଙ୍କଟ ଯୋଗୁ ୨୦୨୧ ମସିହାରେ ବିଶ୍ୱସ୍ତରୀୟ ହାରାହାରି ଆୟୂଷ ହ୍ରାସ ପାଇ ୭୧.୫ ବର୍ଷକୁ ଖସି ଆସିଥିଲା । ଅଧିକ ସମୟ ବଂଚିବା ହେଉଛି ଜନସ୍ୱାସ୍ଥ୍ୟ କ୍ଷେତ୍ରର ବୃହତ ସଫଳତା ବୋଲି କହିଛି WHO । ଯେତେବେଳେ ସ୍ୱାସ୍ଥ୍ୟବ୍ୟବସ୍ଥା ଜନସାଧାରଣଙ୍କ ପରିବତ୍ତ ର୍ନଶୀଳ ଆବଶ୍ୟକତା ଅନୁସାରେ ନିଜକୁ ଖାପଖୁଆଇଥାନ୍ତି ସେତେବେଳେ ଡବ୍ଲୁଏଚଓ ପାଇଁ ନୂଆ ଚାଲେଂଜ ହେଉଛିି ଅତିରିକ୍ତ ବର୍ଷ ଗୁଡିକ କିପରି ଭଲ ସ୍ୱାସ୍ଥ୍ୟରେ ବଂଚିବେ ଲୋକ । ମିଳିତ ଜାତିସଂଘର ସଂସ୍ଥା ଅନୁସାରେ ମହାମାରୀ ପରଠାରୁ ସୁସ୍ଥ ଜୀବନଯାପନର ସମ୍ଭାବ୍ୟ ଅବଧି ଧିର ଗତିରେ ପୁନରୁଦ୍ଧାର ହୋଇଛି । ଏବଂ ୨୦୨୩ ମସିହାରେ ଏହା ୬୨.୮ ବଷ ର୍ ରହିଛି । ଯାହା ୨୦୧୯ର ସ୍ତର ତୁଳନାରେ ୦.୪ ବର୍ଷ କମ୍ । ଏହାରି ମଧ୍ୟରେ କୋଭିଡ ପରେ ପରେ ଡିମେନ୍ସିଆ ବା ସ୍ମୃତିଭ୍ରଂସ ଜନିତ ମୃତ୍ୟୁସଂଖ୍ୟା ତିନିଗୁଣ ବଡିଛି । ଉଦବେଗ ଓ ଅବସାଦ ଜନିକ ସ୍ୱାସ୍ଥ୍ୟହାନୀ ମଧ୍ୟ ଦ୍ରୁତ ଗତିରେ ବଢିଛି । ୨୦୦୦-୨୦୨୩ ମଧ୍ୟରେ ଆମେରିକାରେ ମୃତ୍ୟୁହାର ଓ ସୁସ୍ଥ ଜୀବନ ହରାଇବାର ଆଶଙ୍କାରେ ସର୍ବାଧିକ ବୃଦ୍ଧି ରେକର୍ଡ କରାଯାଇଥିବା ବେଳେ ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଏଥିରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ୨୦୨୩ ମସିହାରେ ସାରା ବିଶ୍ୱରେ ୬କୋଟି ୧୦ଲକ୍ଷ ମୃତ୍ୟୁ ମଧ୍ୟରୁ ୩କୋଟି ୩୦ଲକ୍ଷ ମୃତ୍ୟୁର ୧୦ଟି ପ୍ରମୁଖ କାରଣ ମଧ୍ୟରୁ ୮ଟି ହେଉଛି ଅସଂକ୍ରାମକ ରୋଗ । ଏହି ରୋଗ ବିଶ୍ୱସ୍ତରୀୟ ମୃତ୍ୟୁ ପାଇଁ ୫୮ପ୍ରତିଶତ ଦାୟୀ ଥିବା ବେଳେ ଏହା ଏବେ ୭୪ପ୍ରତିଶତରେ ପହଂଚିଛି । ଇସ୍କେମିକ୍ ହାର୍ଟ ଡିଜିଜ୍ ହେଉଛି ବିଶ୍ୱର ସବୁଠୁ ବଡ ମୃତ୍ୟୁକାରୀ ରୋଗ । ଯାହା ମୋଟ ମୃତ୍ୟୁର ୧୬ ପ୍ରତିଶତ ପାଇଁ ଦାୟୀ । ୨୦୦୦-୨୩ ମଧ୍ୟରେ ଏହି ରୋଗଜନୀତ ମୃତ୍ୟୁସଂଖ୍ୟା ୩.୦ ନିୟୂତରୁ ୯.୫ ନିୟୁତରେ ପହଂଚିଛି । ଷ୍ଟ୍ରୋକ୍ ଏବଂ ଫୁସଫୁସ ଜନୀତ ରୋଗ ୨୦୨୩ରେ ଦ୍ୱିତୀୟ ଏବଂ ତୃତୀୟ ପ୍ରମୁଖ କାରଣ ଥିଲା । ଯାହା ମୋଟ୍ ମୃତ୍ୟୁର ଯଥାକ୍ରମେ ୧୧ପ୍ରତିଶତ ଏବଂ ୬ପ୍ରତିଶତ ମୃତ୍ୟୁ ପାଇଁ ଦାୟୀ । ବିଶ୍ୱର ସବୁଠୁ ମାରାତ୍ମକ ସଂକ୍ରାମକ ରୋଗ ହେଉଛି ନିମ୍ନ ଶ୍ୱାସନଳୀ ସଂକ୍ରମଣ । ସେହିପରି ୨୦୨୩ରେ ଆଲଜାଇମର ବା ଡିମେନ୍ସିଆ ରୋଗରେ ୨.୧ ନିୟୁତ ଲୋକଙ୍କ ମୃତ୍ୟୁ ହୋଇଥିଲା । କୋଭିଡ ବେଳେ ୨୦୨୦ରେ ୫.୩ ନିୟୁତ, ୨୦୨୧ରେ ୯.୪ ନିୟୁତ ମୃତ୍ୟୁ ହୋଇଥିଲା । ୨୦୨୩ରେ କୋଭିଡ ମୃତ୍ୟୁସଂଖ୍ୟା ୯ଲକ୍ଷକୁ ଖସିଆସିଥିଲା । ୨୦୨୦ ମସିହା ତୁଳନାରେ ଏଚଆଇଭି ଏବଂ ଏଡସ୍ ମୃତ୍ୟୁସଂଖ୍ୟା ୬୨ପ୍ରତିଶତ ହ୍ରାସ ପାଇଛି ।
BREAKING NEWS
- ସାଉଦି ବିମାନବନ୍ଦର ଉପରେ ହୁତି ଆକ୍ରମଣ: ୩ ମୃତ, ୩୬ ଆହତ
- ଇଣ୍ଡିଆ ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ, କଂଗ୍ରେସର ରେଳରୋକ୍
- ଆରପାରିରେ ବଲିଉଡ ଭେଟେରାନ ଅଭିନେତା ନାନା ପାଟେକର; ୭୫ ବର୍ଷରେ ଗୋଆରେ…
- ଆଫଗାନିସ୍ତାନରେ ତାଲିବାନର ନିଷ୍ଠୁରତା: ୬୫ରୁ ଅଧିକ ବାଦ୍ୟଯନ୍ତ୍ର ପୋଡ଼ିଲେ ତାଲିବାନ୍
- କାଠଯୋଡ଼ି ପଠାରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ;ପରିଚୟ ଅସ୍ପଷ୍ଟ,ହତ୍ୟା ସନ୍ଦେହ
- ଜାତୀୟ ଟାଏକୋଣ୍ଡୋ ଚାମ୍ପିୟନସିପ: ଓଡିଶା ଟିମ ଜିତିଲା ୪୯ ପଦକ
- NSA-level India-Canada Security Dialogue:ଭାରତ-କାନାଡ଼ା NSAସ୍ତରୀୟ ସୁରକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ଆତଙ୍କବାଦ ବିରୋଧରେ ଉଭୟ ପକ୍ଷ ସହଯୋଗକୁ ସୁଦୃଢ଼ କରିବେ
- PM Modi meets LK Advani:ଆଡଭାନୀଙ୍କ ଆଶୀର୍ବାଦ ଲୋଡ଼ିଲେ ପିଏମ୍ ମୋଦୀ;କହିଲେ- ଦେଶ ପାଇଁ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି
- ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ନାଗରିକଙ୍କ ପାଇଁ ସରକାର ଗଠନ କଲେ କମିଶନ
- ପୁଣି ଡ୍ରପ୍ ହେଲେ ବି ଫରକ ପଡ଼ିବନି,ମନର କଥା ଖୋଲି କହିଲେ ଇଶାନ

Comments are closed.