ଜେନେଭା: WHOର ଗ୍ଲୋବାଲ ହେଲ୍ଥ ଏଷ୍ଟିମେଟ୍ ରିପୋର୍ଟରେ ଖୁସି ଖବର । ବିଶ୍ୱ ପୁଣି ଫେରୁଛି କରୋନା ପୂର୍ବସ୍ଥିତିକୁ । କୋଭିଡ ମହାମାରୀ ପୂର୍ବରୁ ଥିବା ଆୟୂଷ ହାର ପୁଣି ସାମାନ୍ୟ ସ୍ଥିତିକୁ ଆସିଛି । ୨୦୨୩ ମସିହାରେ ହାରାହାରି ଆୟୁଷ ୭୩.୩ ବର୍ଷରେ ପହଂଚିଛି । ମହାମାରୀ ଆରମ୍ଭ ହେବା ପୂର୍ବରୁ ଅର୍ଥାତ୍ ୨୦୧୯ରେ ୭୩.୪ ବର୍ଷର ଆୟୁଷ ରେକର୍ଡ ହୋଇଥିଲା । କରୋନା ଭାଇରସ୍ ସଙ୍କଟ ଯୋଗୁ ୨୦୨୧ ମସିହାରେ ବିଶ୍ୱସ୍ତରୀୟ ହାରାହାରି ଆୟୂଷ ହ୍ରାସ ପାଇ ୭୧.୫ ବର୍ଷକୁ ଖସି ଆସିଥିଲା । ଅଧିକ ସମୟ ବଂଚିବା ହେଉଛି ଜନସ୍ୱାସ୍ଥ୍ୟ କ୍ଷେତ୍ରର ବୃହତ ସଫଳତା ବୋଲି କହିଛି WHO । ଯେତେବେଳେ ସ୍ୱାସ୍ଥ୍ୟବ୍ୟବସ୍ଥା ଜନସାଧାରଣଙ୍କ ପରିବତ୍ତ ର୍ନଶୀଳ ଆବଶ୍ୟକତା ଅନୁସାରେ ନିଜକୁ ଖାପଖୁଆଇଥାନ୍ତି ସେତେବେଳେ ଡବ୍ଲୁଏଚଓ ପାଇଁ ନୂଆ ଚାଲେଂଜ ହେଉଛିି ଅତିରିକ୍ତ ବର୍ଷ ଗୁଡିକ କିପରି ଭଲ ସ୍ୱାସ୍ଥ୍ୟରେ ବଂଚିବେ ଲୋକ । ମିଳିତ ଜାତିସଂଘର ସଂସ୍ଥା ଅନୁସାରେ ମହାମାରୀ ପରଠାରୁ ସୁସ୍ଥ ଜୀବନଯାପନର ସମ୍ଭାବ୍ୟ ଅବଧି ଧିର ଗତିରେ ପୁନରୁଦ୍ଧାର ହୋଇଛି । ଏବଂ ୨୦୨୩ ମସିହାରେ ଏହା ୬୨.୮ ବଷ ର୍ ରହିଛି । ଯାହା ୨୦୧୯ର ସ୍ତର ତୁଳନାରେ ୦.୪ ବର୍ଷ କମ୍ । ଏହାରି ମଧ୍ୟରେ କୋଭିଡ ପରେ ପରେ ଡିମେନ୍ସିଆ ବା ସ୍ମୃତିଭ୍ରଂସ ଜନିତ ମୃତ୍ୟୁସଂଖ୍ୟା ତିନିଗୁଣ ବଡିଛି । ଉଦବେଗ ଓ ଅବସାଦ ଜନିକ ସ୍ୱାସ୍ଥ୍ୟହାନୀ ମଧ୍ୟ ଦ୍ରୁତ ଗତିରେ ବଢିଛି । ୨୦୦୦-୨୦୨୩ ମଧ୍ୟରେ ଆମେରିକାରେ ମୃତ୍ୟୁହାର ଓ ସୁସ୍ଥ ଜୀବନ ହରାଇବାର ଆଶଙ୍କାରେ ସର୍ବାଧିକ ବୃଦ୍ଧି ରେକର୍ଡ କରାଯାଇଥିବା ବେଳେ ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଏଥିରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ୨୦୨୩ ମସିହାରେ ସାରା ବିଶ୍ୱରେ ୬କୋଟି ୧୦ଲକ୍ଷ ମୃତ୍ୟୁ ମଧ୍ୟରୁ ୩କୋଟି ୩୦ଲକ୍ଷ ମୃତ୍ୟୁର ୧୦ଟି ପ୍ରମୁଖ କାରଣ ମଧ୍ୟରୁ ୮ଟି ହେଉଛି ଅସଂକ୍ରାମକ ରୋଗ । ଏହି ରୋଗ ବିଶ୍ୱସ୍ତରୀୟ ମୃତ୍ୟୁ ପାଇଁ ୫୮ପ୍ରତିଶତ ଦାୟୀ ଥିବା ବେଳେ ଏହା ଏବେ ୭୪ପ୍ରତିଶତରେ ପହଂଚିଛି । ଇସ୍କେମିକ୍ ହାର୍ଟ ଡିଜିଜ୍ ହେଉଛି ବିଶ୍ୱର ସବୁଠୁ ବଡ ମୃତ୍ୟୁକାରୀ ରୋଗ । ଯାହା ମୋଟ ମୃତ୍ୟୁର ୧୬ ପ୍ରତିଶତ ପାଇଁ ଦାୟୀ । ୨୦୦୦-୨୩ ମଧ୍ୟରେ ଏହି ରୋଗଜନୀତ ମୃତ୍ୟୁସଂଖ୍ୟା ୩.୦ ନିୟୂତରୁ ୯.୫ ନିୟୁତରେ ପହଂଚିଛି । ଷ୍ଟ୍ରୋକ୍ ଏବଂ ଫୁସଫୁସ ଜନୀତ ରୋଗ ୨୦୨୩ରେ ଦ୍ୱିତୀୟ ଏବଂ ତୃତୀୟ ପ୍ରମୁଖ କାରଣ ଥିଲା । ଯାହା ମୋଟ୍ ମୃତ୍ୟୁର ଯଥାକ୍ରମେ ୧୧ପ୍ରତିଶତ ଏବଂ ୬ପ୍ରତିଶତ ମୃତ୍ୟୁ ପାଇଁ ଦାୟୀ । ବିଶ୍ୱର ସବୁଠୁ ମାରାତ୍ମକ ସଂକ୍ରାମକ ରୋଗ ହେଉଛି ନିମ୍ନ ଶ୍ୱାସନଳୀ ସଂକ୍ରମଣ । ସେହିପରି ୨୦୨୩ରେ ଆଲଜାଇମର ବା ଡିମେନ୍ସିଆ ରୋଗରେ ୨.୧ ନିୟୁତ ଲୋକଙ୍କ ମୃତ୍ୟୁ ହୋଇଥିଲା । କୋଭିଡ ବେଳେ ୨୦୨୦ରେ ୫.୩ ନିୟୁତ, ୨୦୨୧ରେ ୯.୪ ନିୟୁତ ମୃତ୍ୟୁ ହୋଇଥିଲା । ୨୦୨୩ରେ କୋଭିଡ ମୃତ୍ୟୁସଂଖ୍ୟା ୯ଲକ୍ଷକୁ ଖସିଆସିଥିଲା । ୨୦୨୦ ମସିହା ତୁଳନାରେ ଏଚଆଇଭି ଏବଂ ଏଡସ୍ ମୃତ୍ୟୁସଂଖ୍ୟା ୬୨ପ୍ରତିଶତ ହ୍ରାସ ପାଇଛି ।
BREAKING NEWS
- Asian Games 2026:୪୪ ବର୍ଷର ଅପେକ୍ଷାର ଅନ୍ତ:ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଲେ ମହିଳା ହକି ଦଳ,୨୦୨୮ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ
- ଫେରିଛି କୋଭିଡ ମହାମାରୀ ପୂର୍ବସ୍ଥିତି, ବଢିଛି ଆୟୁଷ ହାର : WHO
- ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ମ୍ୟାଚ୍ରେ ବେଞ୍ଚ ଖେଳାଳିଙ୍କୁ ମିଳିପାରେ ସୁଯୋଗ
- ଏସିଆନ୍ ଗେମ୍ସ ୨୦୨୬: ସମାପନ ସମାରୋହରେ ଭାରତର ପତାକା ବାହକ ହେବେ ନାୟବ ସୁବେଦାର ନୀରୁ ଢାଣ୍ଡା
- When Cannabis Generates Anxiety: ମସ୍ତିଷ୍କରେ ପଡେ କି ପ୍ରଭାବ ?
- ଏସିଆନ୍ ଗେମ୍ସ ୨୦୨୬: ଭାରତୀୟ ହକି ଅମ୍ପାୟାର ଗୁରିନ୍ଦର ସିଂଙ୍କ ବିରୋଧରେ ଯୌନ ନିର୍ୟାତନା ଅଭିଯୋଗ,ଜାପାନରୁ କରିଦିଆଯାଇଛି ବାହାର
- ମଝି ଆକାଶରେ ଅଦମ୍ୟ ସାହସ ଓ ହନୁମାନ ଚାଳିଶା ପାଠ: ଫ୍ଲାଇ-ଦୁବାଇ ହିରୋ ସ୍ମିତଙ୍କୁ ସର୍ବୋଚ୍ଚ ବୀରତ୍ୱ ପୁରସ୍କାର ଦେବାକୁ ଦାବି
- ଏସିଆନ୍ ଗେମ୍ସ ୨୦୨୬: ଭାରତ-ପାକିସ୍ତାନ କ୍ରିକେଟ ଫାଇନାଲ୍ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହେଲେ କାହାକୁ ମିଳିବ ଗୋଲ୍ଡ
- Hunger For ODIs and T20s: ରେଡ୍ ବଲ୍କୁ ବାଏ ବାଏ କଲେ ଚହଲ
- ଶିବାଜୀ ପାର୍କରେ ‘ଶାନ୍ତିପୂର୍ଣ୍ଣ ଆନ୍ଦୋଳନ’ ନାଁରେ ଆଇନର ଉଲ୍ଲଂଘନ? ୪ ଜଣଙ୍କ ବିରୋଧରେ ଶିବାଜୀ ପାର୍କ ଥାନାରେ ଫେରାଦ
