Latest Odisha News

BREAKING NEWS

ପତ୍ନୀ ହନ୍ତାକୁ ଆଜୀବନ ସଜ୍ଜା, ୧୦ ବର୍ଷ ପରେ ଆସିଲା ରାୟ

ଭୁବନେଶ୍ୱର: ସ୍ତ୍ରୀକୁ ହତ୍ୟା ମାମଲାରେ ସ୍ୱାମୀକୁ ଆଜୀବନ ଜେଲ୍ । ଏକ ହତ୍ୟା ମାମଲାର ଶୁଣାଣି କରି ସ୍ୱାମୀକୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ । ମିନାକ୍ଷୀ ଦାସଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି । ପତ୍ନୀ ରଞ୍ଜୁ ନାୟକଙକ ହତ୍ୟା ମାମଲାରେ ସ୍ୱାମୀ ଟୁଟୁ ଗୁଣିକୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି । ଆଜୀବନ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ ।

ମାମଲାର ପରିଚାଳନା କରୁଥିବା ସରକାରୀ ଓକିଲ ସୁରେଶ ଚନ୍ଦ୍ର ବାରିକଙ୍କ ସୁଚନା ଅନୁସାରେ, ପତ୍ନୀ ଓ ୫ ବର୍ଷର ଛୁଆକୁ ନେଇ ଭୁବନେଶ୍ୱର ନିଳମାଧବ ବସ୍ତିରେ‌ ରହୁଥିଲା ଟୁଟୁ ଗୁଣି । ୨୦୧୨ ମସିହା ମେ ୪ ତାରିଖରେ ପତ୍ନୀ ଉପରେ କିରୋସିନ ଢାଳି ଛୁଆ ଆଗରେ ମାକୁ ନିର୍ମମ ଭାବେ ପୋଡ଼ି ଦେଇଥିଲା । ପରେ କଟକ ହସ୍ପିଟାଲ ସ୍ଥାନାନ୍ତର‌ବେଳେ ପତ୍ନୀ ରଞ୍ଜୁ ନାୟକର ମୃତ୍ୟୁ ହୋଇଥିଲା ।

ଏହି ମାମଲାରେ ଗିରଫ ହୋଇଥିବା ଟୁଟୁ ଗୁଣିକୁ ଶେଷରେ ୧୦ ବର୍ଷ ପରେ କୋର୍ଟ ସବୁ ପ୍ରମାଣ, ମେଡିକାଲ ରିପୋର୍ଟ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୫ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ଆହୁରି ୬ ମାସ ଜେଲ୍ ଭୋଗିବାକୁ ପଡ଼ିବ ।

Leave A Reply

Your email address will not be published.