Latest Odisha News

BREAKING NEWS

ଆଗାମୀ ୫ ଦିନ ଯାଏଁ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ଓ ସାମାନ୍ୟ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଗୁରୁବାର ଠାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ସାମାନ୍ୟ ବର୍ଷା ଲାଗିରହିବାର ସତର୍କ ସୂଚନା ପ୍ରଦାନ କରାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ସୂଚନାନୁଯାୟୀ, ଗୁରୁବାର ଦିନ ମୟୁରଭଞ୍ଜ, ବାଲେଶ୍ୱର, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହିତ ସାମାନ୍ୟ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ସେହିପରି ଏହିସମୟରେ ବାଲେଶ୍ୱର, ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ ସାମାନ୍ୟ ବର୍ଷା ହେବାର ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ।

ତେବେ ମାର୍ଚ୍ଚ ୩୦ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ବାଲେଶ୍ୱର, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ଅଧିକାଂଶ ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

ମାର୍ଚ୍ଚ ୩୧ ତାରିଖ ବେଳକୁ ଅଧିକାଂଶ ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ମଧ୍ୟବର୍ତ୍ତୀ ପଶ୍ଚିମାଞ୍ଚଳ ଜିଲ୍ଲା ଯଥା ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ବାଲେଶ୍ୱର, ଖୋର୍ଦ୍ଧା ଏବଂ ଗଞ୍ଜାମ, ନୟାଗଡ଼, କଟକ, ଭଦ୍ରକ, ସୋନପୁର, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ମାନଙ୍କରେ ଘଡ଼ଘଡ଼ି ସହିତ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

ସେହିପରି ଏପ୍ରିଲ ୧ ତାରିଖରେ ଓଡ଼ିଶାର କେତେକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି, ସେହିସବୁ ଜିଲ୍ଲା ଗୁଡ଼ିକ ହେଲା – ରାୟଗଡ଼ା, କେନ୍ଦୁଝର, ମୟୁରଭଞ୍ଜ, ନୟାଗଡ଼, ବାଲେଶ୍ୱର, ଖୋର୍ଦ୍ଧା ଏବଂ ଗଞ୍ଜାମ ଏବଂ ଗଜପତି ଜିଲ୍ଲା ।

ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ବୃଦ୍ଧି ହେବାର ଆଶଙ୍କା ରହିଛି ।

ଆଜି ସକାଳେ ରାଜ୍ୟର ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୦.୫ ଡ଼ିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୩୭.୮ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି ।

Leave A Reply

Your email address will not be published.