Latest Odisha News

BREAKING NEWS

କୋଣାର୍କ ମନ୍ଦିରରେ ଆଜିଠାରୁ ପୁଣି ଆରମ୍ଭ ହେବ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ

କୋଣାର୍କ :ଦୀର୍ଘ ନଅ ମାସ ପରେ ଆଜିଠାରୁ କୋଣାର୍କରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ଲାଇଟ ଆଣ୍ଡ ସାଉଣ୍ଡ ସୋ । କିନ୍ତୁ କୋଭିଡ ଗାଇଡଲାଇନ ମାନି ଏହି ସୋ ପ୍ରଦର୍ଶିତ ହେବ । କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଦିନକୁ ଦୁଇଟି ସୋ ଅନୁଷ୍ଠିତ ହେବ ।

ପ୍ରତି ସୋ ର ଅବଧି ୪୦ ମିନିଟ୍ ରହିବ । ପ୍ରଥମ ସୋ ସନ୍ଧ୍ୟା ସାଢେ ୬ ଓ ଅନ୍ୟଟି ସାଢେ ୭ଟାରେ କରାଯିବ । ସାମାଜିକ ଦୂରତ୍ବ ନିୟମ ଅନୁସାରେ ପ୍ରତି ସୋ ରେ ମାତ୍ର ୨୦୦ ଦର୍ଶକ ରହିବେ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ନଅ ମାସ ହେଲା ଏହି ସୋକୁ ବନ୍ଦ ରଖାଯାଇଥିଲା । ଚଳିତ ମାସ ଆରମ୍ଭରୁ ପ୍ରୋଜେକ୍ଟର, ହେଡଫୋନ, ବ୍ୟାଟେରୀ ମରାମତି କରିବା ପରେ ଏହି ସୋ ଆଜି ଆରମ୍ଭ ହେବାକୁ ଯାଉଛି ।  ସୋ କୁ ଦର୍ଶକମାନେ ଓଡିଆ, ହିଦି ଓ ଇଂରାଜୀ ତିନିଟି ଭାଷାରେ ଦେଖି ପାରିବେ । ଏଥି ପାଇଁ ଟିକେଟ ମୂଲ୍ୟ ରହିଛି ୫୦ ଟଙ୍କା ।

କରୋନାକୁ ଆଖିରେ ରଖି ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଏଥି ସହ ପ୍ରବେଶ ପଥରେ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି ।

Leave A Reply

Your email address will not be published.