Latest Odisha News

BREAKING NEWS

ଭୁବନେଶ୍ୱର ୟୁନିଟ୍-୧ ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୯ଟି ଦୋକାନ ଘର

ଭୁବନେଶ୍ୱର: ବିଳମ୍ବିତ ରାତିରେ ଭୁବନେଶ୍ୱର ୟୁନିଟ୍-୧ ହାଟରେ ଲାଗିଲା ନିଆଁ । ଗତକାଲି ରାତି ପାଖାପାଖି ୧୦ଟା ୫୦ ବେଳେ ଅଗ୍ନିକାଣ୍ଡ ହୋଇଥିଲା । ଏଥିରେ ୩ଟି ଦୋକାନ ଘର ସମ୍ପୂର୍ଣ୍ଣ ଛାରଖାର ହୋଇଛି ଆଉ ୬ଟି ଦୋକାନ ଆଂଶିକ ପ୍ରଭାବିତ ହୋଇଛି । ଖବର ପାଇ ଘଟାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବାହିନୀର ୩ଟି ଟିମ୍ । ପ୍ରାୟ ଘଣ୍ଟାଏ ପରେ ନିଆଁ ଆୟତ୍ତ ହୋଇଥିଲା ।

ଗୋଟିଏ ମୋବାଇଲ୍ ମରାମତି ଦୋକାନରୁ ନିଆଁ ଲାଗିଥିଲା । ବିଦ୍ୟୁତ ସର୍ଟ ସର୍କିଟରୁ ଲାଗିଥିଲା ନିଆଁ । ପରେ ଅନ୍ୟ ଦୋକାନକୁ ବ୍ୟାପିଥିଲା । ତେବେ ଠିକଣା ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇଛି । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ସବୁଠୁ ବଡ଼ କଥା ହେଲା, ନିକଟରେ ଥିବା ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପ ଅଳ୍ପକେ ବର୍ତ୍ତି ଯାଇଛି ।

Leave A Reply

Your email address will not be published.