Latest Odisha News

BREAKING NEWS

କଳ୍ପନା ଜଳ୍ପନାର ଅବସାନ ଘଟାଇ ଇଂଟର ମିୟାମିରେ ଯୋଗ ଦେବେ ମେସି

ନୂଆଦିଲ୍ଲୀ: ଆର୍ଜେଂଟିନାର ମହାନ ଫୁଟବଲ ଖେଳାଳି ଲିଓନେଲ ମେସି କେଉଁ କ୍ଲବ ସହ ଚୁକ୍ତିବଦ୍ଧ ହେବେ ସେ ନେଇ ନାନା କଳ୍ପନା ଜଳ୍ପନା ଚାଲିଥିଲା । ତେବେ ଏହାର ଅବସାନ ଘଟାଇ ମେସି ଏବେ ଇଂଟର ମିୟାମି କ୍ଲବରେ ଯୋଗ ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ମେସି ତାଙ୍କର ପ୍ରଥମ କ୍ଲବ ବାର୍ସିଲୋନାକୁ ଫେରିଯିବେ ବୋଲି ସମସ୍ତେ ଆଶା କରିଥିଲା । ଏହା ପରେ ସାଉଦି ଆରବର କ୍ଲବ ସହ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଖୁବ ଶୀଘ୍ର ମେସି କଂଟ୍ରାକ୍ଟ ସାଇନ କରିବେ ବୋଲି କ୍ଲବ ପକ୍ଷରୁ କୁହାଯାଇଛି । କେତେ ଟଙ୍କାରେ ଏହି ଚୁକ୍ତି ହୋଇଛି ସେ ସମ୍ପର୍କରେ କୌଣସି ପ୍ରକାରର ଖୁଲାସା କରାଯାଇ ନାହିଁ ।

୧୭ ବର୍ଷ ଧରି ମେସି ବାର୍ସିଲୋନା ପକ୍ଷରୁ ଖେଳିଥିଲେ । ୨୦୨୧ରେ ଲା ଲିଗର ନୂତନ ନିୟମ ଅନୁସାରେ କ୍ଲବ ମେସିଙ୍କୁ ପୁନର୍ବାର ସାଇନ କରିପାରି ନ ଥିଲା । ଆର୍ଜେଂଟିନାର ଏହି ଷ୍ଟାର ଖେଳାଳି ଏହା ପରେ ପିଏସଜି ସହ ଚୁକ୍ତିବଦ୍ଧ ହେଲେ । ଏହାର କାର୍ଯ୍ୟକାଳ ସମାପ୍ତ ହେବା ପରେ ବାର୍ସିଲୋନା ତାଙ୍କ ପ୍ରିୟ ଷ୍ଟାରକୁ ନେବା ପାଇଁ ଚାହିଁଥିଲେ ମଧ୍ୟ ମେସି ମନା କରି ଦେଇଥିଲେ ।

Leave A Reply

Your email address will not be published.