Latest Odisha News

ଇଟାୱା ସଫାରି ପାର୍କରେ ୨ ସିଂହୀ କରୋନା ଆକ୍ରାନ୍ତ

ଲକ୍ଷ୍ନୌ: ଇଟାୱା ସଫାରି ପାର୍କରେ ଥିବା ୨ ସିଂହୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଉ ଏକ ସିଂହୀଙ୍କୁ କୋଭିଡ୍ ସଂକ୍ରମିତ ବୋଲି ସନ୍ଦେହ କରାଯାଉଛି।

ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ଆଇଭିଆରଆଇ) ବରେଲି ପରୀକ୍ଷା ରିପୋର୍ଟ ପଠାଇବା ସହ ସନ୍ଦିଗ୍ଧ ସିଂହୀର ନମୁନା ପଠାଇବାକୁ ଏଟାୱା ସଫାରି ପାର୍କର କର୍ତ୍ତୃପକ୍ଷଙ୍କୁ କହିଛନ୍ତି।

ତେବେ ୨ ପ୍ରାଣୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.