Latest Odisha News

BREAKING NEWS

Liquor Seized From medicine shop: ଔଷଧ ଦୋକାନରୁ ବାହାରିଲା ମଦ, ଦୋକାନୀ ଅଟକ

ଭଦ୍ରକ: ମେଡିସିନ୍ ଦୋକାନରୁ ଜବତ ହେଲା ମଦ । ଏଭଳି ଅଜବ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରୁ । ଭଦ୍ରକ ସହରର ବାଇପାସ ସ୍ଥିତ ଗଣେଶ ନାମକ ଏକ ଔଷଧ ଦୋକାନରୁ ମଦ ବୋତଲ ଜବତ ହୋଇଛି । ଟାଉନ ପୋଲିସ ପହଞ୍ଚି ମଦ ଜବତ କରିବା ସହ ଦୋକାନୀକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

ସୂଚନା ମୁତାବକ, ଉକ୍ତ ଦୋକାନର ଲାଇସେନ୍ସ ଅବଧି ସରିଯାଇଥିଲା । ଡାଟା ବେସ୍‌ ଯାଞ୍ଚ କରିବା ପରେ ଡ୍ରଗ୍ସ ଇନ୍ସପେକ୍ଟର ଜାଣିଥିଲେ । ସେଥିପାଇଁ ଦୋକାନରେ ଚଢ଼ାଉ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଡ୍ରଗ୍ସ ଇନ୍ସପେକ୍ଟର ଓ ପୋଲିସର ମିଳିତ ଯାଞ୍ଚ କରାଯାଇଥିଲା । ଚଢ଼ାଉ ବେଳେ ଦୋକାନରୁ ମଦ ବୋତଲ ବାହାରିଥିଲା । ଡ୍ରଗ୍ସ ବିଭାଗ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା । ଚଢ଼ାଉ ସମୟରେ ଔଷଧ ଦୋକାନରୁ ପୁଳାପୁଳା ମଦ ବାହାରିଥିଲା ।

Leave A Reply

Your email address will not be published.