Latest Odisha News

BREAKING NEWS

ପଶ୍ଚିବଙ୍ଗରେ ବିଜେପିକୁ ଆଉ ଏକ ଝଟକା, ଟିଏମସିରେ ମିଶିବେ ସବ୍ୟସାଚ୍ଚୀ !

କୋଲକାତା: ପଶ୍ଚିମବଙ୍ଗରେ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ ଲାଗିଛି ଟିଏମସି । ଉପ ନିର୍ବାଚନ ଜିତି ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଥିବା ବେଳେ ଆଜି ପୂର୍ବତନ ମେୟର ସବ୍ୟସାଚ୍ଚର ଦତଙ୍କ ଘର ବାହୁଡା ହେବ ବୋଲି ଅନୁମାନ କରାଯାଉଛି । ବିଜେପିର ସାଧାରଣ ସମ୍ପାଦକ ଭାବେ ସବ୍ୟସାଚୀ କାର୍ଯ୍ୟ କରୁଛନ୍ତି ।

୨୦୧୯ ଦୁର୍ଗାପୂଜାର ଠିକ ପୂର୍ବରୁ ସେ ଟିଏମସି ଛାଡି ବିଜେପିରେ ମିଶିଥିଲେ । ଏବେ ସେ ପୁଣି ଟିଏମସିକୁ ଫେରିବା ନେଇ ଆକଳନ ଚାଲିଛି । ତେବେ ଟିଏମସିର ପ୍ରମୁଖ ନେତା ସୁଜିତ ବୋଷ ଓ ତାପସ ଚାଟାର୍ଜୀ ତାଙ୍କ ପ୍ରତ୍ୟାବର୍ତନକୁ ବିରୋଧ କରୁଛନ୍ତି । ଏ ନେଇ ସବ୍ୟସାଚୀଙ୍କ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Leave A Reply

Your email address will not be published.