Latest Odisha News

ଭାଷା ଭାଗବତ : ଅଲୋଡ଼ା ଅକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଆକଳନ ଓ ସଂକଳନ
ଆକ୍ରାମକ ଓ ସଂକ୍ରାମକ
ଆକଳିତ ଓ ସଂକଳିତ
କେଉଁଠି ଙ୍କ ହେବା ଉଚିତ ?

ଅକର୍ତବ୍ୟ ଓ କିଂକର୍ତବ୍ୟ
ଅପକାର ଓ ଅହଂକାର
ଅଧିକାର ଓ ଅଳଂକାର
ଙ୍କ ଲେଖା କିଆଁ ଦରକାର ?

ଅଗୃହୀତ ଓ ସଂଗୃହୀତ
ଅଗଠିତ ଓ ସଂଗଠିତ
ଦୁର୍ଗମ ନିଗମ ସଂଗମ
ସବୁଠି ଗ ଅଟେ ଉତ୍ତମ

ଆଚାର ପ୍ରଚାର ସଂଚାର
ରଚିତ ଖଚିତ ସଂଚିତ
ବିରଚିତ ଓ ପ୍ରବଂଚିତ
ଞ୍ଚ ଲେଖା ନ ହୁଏ ଉଚିତ

ଅଜୟ ବିଜୟ ସଂଜୟ
ସଜୀବ ନିର୍ଜୀବ ସଂଜୀବ
ସୁଜନ ସ୍ବଜନ ଅଂଜନ
ଞ୍ଜ ପାଇଁ କାହିଁ ଏଠି ସ୍ଥାନ?

ସୁଭାଷଣ ଓ ସଂଭାଷଣ
ଗଭୀର, ଗଂଭୀର, କୁଂଭୀର
ସଦ୍‌ଭାବନା ଓ ସଂଭାବନା
ମ୍ଭ ବିନା ନୁହେ କିଛି ଊଣା

ଆପଦ ବିପଦ ସଂପଦ
ବିବାଦ ପ୍ରବାଦ ସଂବାଦ
ଅନୁବାଦ ଓ ଅପବାଦ
ଅଲୋଡ଼ା ମ୍ପଦ ଆଉ ମ୍ବାଦ

Comments are closed.