Latest Odisha News

BREAKING NEWS

ଭାଷା ଭାଗବତ : ଲୋକମତି, ସର୍ବୋନ୍ନତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୪ 

ପୁରୁଣା ଔଷଧ ସେବନ
ତତ୍କାଳ ନେଇଯାଏ ପ୍ରାଣ
ଏହା ତ ନୁହଇ ଅଜଣା
ତେବେ ବି ଲୋକେ ବାଟବଣା

ଅକାମୀ ଦ୍ରବ୍ୟଭରା ଘର
କେବେ ତ ଦିଶେନି ସୁଂଦର
ତେବେ ବି ରଖିଛୁଁ ସଜାଡ଼ି
କିଛି ବି ପାରୁନୁ ଫୋପାଡ଼ି

ଆମର ଘର ଆଉ ମନ
ଅଲୋଡ଼ା ବସ୍ତୁ ପରିପୂର୍ଣ
ହେଲେ ହେଁ ସ୍ପଷ୍ଟ ଦୃଶ୍ୟମାନ
କରୁନୁ କେବେ ବି ବର୍ଜନ

ତେଣୁ ହେଉନି ସର୍ବୋନ୍ନତି
ଚଂଚଳ ବୁଝୁ ଲୋକମତି

Comments are closed.