ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୯
ଦେବତା ଫିଟାଇ ନୟନ
ଦେଖଂତି ଆମ କାର୍ଯମାନ
ଶୁଣଂତି ଭଜନ, କୀର୍ତନ
ପାଟିରୁ ଫିଟେନି ବଚନ
ପ୍ରଭୁ କଲେ ହେଁ ସବୁ ଦାନ
ମାନେନି ଲୋଭୀ ଭକ୍ତ ମନ
ଆହୁରି ବେଶି ବେଶି ମାଗି
ତାଂକ ସହ ଥାଆଂତି ଲାଗି
ଈଶ୍ବର ପରା ଭାବଗ୍ରାହୀ
ଭାଷା ଜାଣଂତିନାହିଁ କହି
କେବଳ ମୁଖେ ଧରି ହସ
ବଢ଼ାଂତି ଲୋକଂକ ବିଶ୍ବାସ
ଭାଷାର ରକ୍ଷଣାବେକ୍ଷଣ
କରଂତି ଜନସାଧାରଣ
ଏଥିରେ ହୋଇଲେ ବିଚ୍ୟୁତି
ଭାଷା କରେନି ଅଗ୍ରଗତି
ଏ ସତ୍ୟ ଲୋକେ ବୁଝି, ଜାଣି
କରିଲେ ସ୍ବଭାଷାର ହାନି
ବିଭୁକୃପାକୁ କରି ଆଶା
ଭାଷାକୁ ମିଳେନି ସୁଦଶା
ଭାଷା ଯେହେତୁ ଲୋକାଶ୍ରିତ
ନ ରହି ଲୋକଂକ ସହିତ
କରିପାରେନି ଲୋକହିତ
ଅକାଳେ ହୋଇଯାଏ ଲୁପ୍ତ
ଏବେ ବି ହୋଇ ସଚେତନ
ଲାଗିପଡ଼ିଲେ ଜନଗଣ
ସଂଭବ ସର୍ବ ଉନ୍ନୟନ
କିପାଇଁ ହେବା ଉଦାସୀନ ?
ନିଜକୁ ପଚାରୁଁ ଏ ପ୍ରଶ୍ନ
ଭାଷା ଆଡ଼କୁ ଯିବ ମନ
ହୋଇବ ନୂଆ ଯୁଗାରଂଭ
ବଢ଼ିବ ସ୍ବଭାଷୀଂକ ଦଂଭ
Comments are closed.