Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୨)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’

ଶ୍ରୀରାମ ଓ ରାବଣ ମଧ୍ୟରେ ଯୁଦ୍ଧର ଅୟମାରମ୍ଭ ହୋଇସାରିଥିଲା। କୈଳାଶପତିଙ୍କୁ ଦେବୀ ପାର୍ବତୀ ପଚାରିଲେ, ” ପ୍ରଭୁ ! ସମସ୍ତ ଦେବତାଗଣ ଅତ୍ୟନ୍ତ ଉତ୍ସୁକତାର ସହ ଏହି ଦିନଟିର ଅପେକ୍ଷା କରିଛନ୍ତି।

କୈଳାଶପତିଙ୍କୁ ଦେବୀ ପାର୍ବତୀ ପଚାରିଲେ, ” ପ୍ରଭୁ ! ସମସ୍ତ ଦେବଗଣ ଅତ୍ୟନ୍ତ ଉତ୍ସୁକତାର ସହ ଏହି ଦିନଟିକୁ ଅପେକ୍ଷା କରି ରହିଛନ୍ତି। ଏବେ ଯୁଦ୍ଧ ବି ଆରମ୍ଭ ହୋଇ ସାରିଲାଣି। ”

ଶିବ କହିଲେ, ” ହଁ ଉମା ! ବାନର ଓ ଭଲ୍ଲୁକସେନାଗଣ ଶ୍ରୀରାମଙ୍କର ନାମ ନେଇ ପ୍ରବଳ ପରାକ୍ରମରେ ବଡ଼ ବଡ଼ ବୃକ୍ଷ ଓ ପ୍ରସ୍ତରଖଣ୍ଡ ରାକ୍ଷସସେନାଙ୍କ ଉପରକୁ ଫୋପାଡୁଛନ୍ତି। ସେମାନଙ୍କୁ ଦୁଇହସ୍ତରେ ଉଠାଇ ଶୂନ୍ୟରେ ଘୂରାଇ ଘୂରାଇ କଚାଡୁଛନ୍ତି। ”

” ପବନ ମେଘକୁ ଉଡ଼ାଇ ନେବା ପରି ରାମଙ୍କ ସେନା ରାବଣର ସେନାର ଅବସ୍ଥା ଏହିପରି କରି ଦେଇଛନ୍ତି। ”

ରାବଣସେନା ଭୟରେ ଏଣେତେଣେ ଦୌଡ଼ି ପଳାଇଲେ।ନିଜ ସେନାର ଏହିପରି ପଛଘୁଞ୍ଚା ଦେଇ ଫେରି ଆସୁଥିବାର ଦୃଶ୍ୟ ଦେଖି ରାବଣ କ୍ରୋଧିତ ହୋଇ କହିଲା, ‘ ଯୁଦ୍ଧକ୍ଷେତ୍ରରୁ ପଳାୟନ କରିଥିବା ଏହିପରି ଭୀରୁ ସୈନିକମାନଙ୍କର ମସ୍ତକସବୁକୁ ମୋ’ ତରବରୀ ନିଶ୍ଚୟ ସ୍କନ୍ଧଚ୍ୟୁତ କରିବ! ‘

ରାବଣର ଏହିପରି ବଚନ ଶୁଣି ରାକ୍ଷସସେନା ଚିନ୍ତାକଲେ, ବରଂ ଯୁଦ୍ଧ କରି ବୀରଗତିକୁ ପ୍ରାପ୍ତ ହେବା , ରାଜା ହସ୍ତରେ ମୃତ୍ୟୁବରଣ କରିବା ଠାରୁ ଶତଗୁଣ ଉତ୍ତମ। ପୁନଶ୍ଚ ଦ୍ଵିଗୁଣ ପରାକ୍ରମରେ ସେମାନେ ଯୁଦ୍ଧକ୍ଷେତ୍ର ଆଡ଼କୁ ଧାବମାନ ହେଲେ।

ଶିବ କହିଲେ, ” ରାକ୍ଷସମାନଙ୍କର ପ୍ରଚଣ୍ଡ ପ୍ରତିଆକ୍ରମଣର ସାମ୍ନା କରି ନ ପାରି ରାମସେନା ଭୟାତୁର ହୋଇ ପଳାୟନ କରିବାକୁ ଲାଗିଲେ। ”

 

କ୍ରମଶଃ..

 

Leave A Reply

Your email address will not be published.