ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୪
ସମୟ ସରେ ଲେଖି ପଢ଼ି
ଭାଷାଟେ ଯାଉଥାଏ ବଢ଼ି
ଅଳପ ଗପ, ଗୀତ ଗଢ଼ି
ଆଗକୁ ରଖି ଦେଉଁ ଛାଡ଼ି
ପଢ଼ାଲେଖାରୁ ପ୍ରାପ୍ତ ଜ୍ଞାନ
ନ କଲେ ସ୍ବଭାବ ଗଠନ
ସ୍ମୃତିରେ ରହି ସଂରକ୍ଷିତ
କରିପାରେନି ବେଶି ହିତ
ଜ୍ଞାନର ଅପ୍ରୟୋଗ ଯୋଗୁଁ
ଯେଉଁ ଦୁର୍ଦଶା ଆମେ ଭୋଗୁଁ
ତହିଁରୁ ପାଇବାକୁ ତ୍ରାଣ
କରୁଁ ସୁଜ୍ଞାନ ପ୍ରଚଳନ
ପୁସ୍ତକ ଅଂତର୍ଗତ ଜ୍ଞାନ
ଲୋଡ଼େ ଯେତିକି ସଂଶୋଧନ
ତାହା କରିବା ପାଇଁ ଚେଷ୍ଟା
ନିମଂତେ ଲୋଡ଼ା ଭାଷାନିଷ୍ଠା
କେବଳ ଭାଷା ଅନୁରକ୍ତି
ଯୋଗାଇ ପାରେନାହିଁ ଶକ୍ତି
ପରିବର୍ତନ ପ୍ରତି ଭୀତି
ଥିଲେ ବଢ଼େନି ଭାଷାପ୍ରୀତି
ସମକାଳୀନ ବାସ୍ତବତା
ବଂଚାଇ ରଖେ ଭାଷାସତ୍ତା
ଅତୀତାସକ୍ତ ଛଦ୍ମପ୍ରୀତି
କରେନି ଭାଷାର ଉନ୍ନତି
ବ୍ୟକ୍ତିର ଲେଖାପଢ଼ା ବଳେ
ସମାଜେ ଭାଷାଟିଏ ଚଳେ
ନିଷ୍କ୍ରିୟ ହୋଇଥିଲେ ବ୍ୟକ୍ତି
ଘଟାଏ ସାମୂହିକ କ୍ଷତି
Comments are closed.