Latest Odisha News

ଭାଷା ଭାଗବତ : ଭାଷାର ସ୍ତର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ମୃଦ୍ଭାଣ୍ଡରେ ସିଦ୍ଧ ତଣ୍ଡୁଳ
ଗ୍ରାସୋନ୍ମୁଖ ଅତି ବ୍ୟାକୁଳ
ଧନାଢ଼୍ୟ କ୍ଷୁଧାର୍ତ୍ତ ମଣିଷ
କରି ଶିଖିନି ଉପବାସ

ମାଟି ହାଂଡିରେ ରଂଧା ଭାତ
ଖାଇବା ପାଇଁ ପାତି ହାତ
ଲୋକେ ଏଠି ଅବିଚଳିତ
ପାଳଂତି ବହୁ ଓଷା, ବ୍ରତ

ପ୍ରସ୍ତର ନିର୍ମ୍ମିତ ସଦନ
ଅଟେ ଯାହାର ବାସସ୍ଥାନ
କରେ ପ୍ରଭୂତ ଧନାର୍ଜ୍ଜନ
ପର୍ଯ୍ୟଙ୍କେ ଅପ୍ରାପ୍ତ ଶୟନ

ମାଟି ତିଆରି ଛୋଟ ଘର
ରାତି ରହଣି ଠାବ ଯା’ର
ପେଟରେ ନ ଥିଲେ ବି ଅନ୍ନ
ନିଦରେ ଶୁଏ ନିତିଦିନ

ଶବ୍ଦ ତ ଅନେକ ପ୍ରକାର
ଯାହାକୁ ଯାହା ଦରକାର
ପ୍ରତ୍ୟେକ ବ୍ୟକ୍ତି ତାହା ବୁଝେ
ଶବ୍ଦ ବାଛେ ଓ ପଦ ଖଂଜେ

ଭାଷାର ବହୁବିଧ ସ୍ତର
ଭାଷୀଏ କରିଲେ ସ୍ବୀକାର
ଭାଷାରୁ ହଟଇ ବିକାର
ଭାବନା ଫୁଟେ ଚମତ୍କାର

Comments are closed.