Latest Odisha News

BREAKING NEWS

ଭାଷା ଭାଗବତ : ଭାଷା ସହଭାଗୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଇତିହାସରେ ନିଜ ସ୍ଥାନ
କରିବା ପାଇଁ ସଂରକ୍ଷଣ
ଦେଲେ ଅଧିକ ମନ, ଧ୍ୟାନ
ସାଧନା ହୁଏ ଅସଂପୂର୍ଣ

ଉଦାସୀନ ଓ ଅନୁରାଗୀ
ହୋଇପାରିଲେ ଅହଂତ୍ୟାଗୀ
ତାଂକ ରଚିତ ଶବ୍ଦାଂଜଳି
ଧରଂତି ବହୁ ରୂପାବଳି

ପଦ୍ଧତିବଦ୍ଧ ହେଲେ କୃତି
କର୍ତାର ହୁଏ ଖୁବ୍‌ କ୍ଷତି
ନ ଥିଲେ ସର୍ଜନଶୀଳତା
ବିପନ୍ନ ହୋଇଥାଏ ସତ୍ତା

ଶବ୍ଦ ହେଲେ ହେଁ ସଭିଂକର
ପଦ ଓ ବାକ୍ୟ ଲେଖକର
ବ୍ୟକ୍ତିତ୍ୱ କରିଲେ ବହନ
ଲେଖା ବି ଚଳେ ବହୁ ଦିନ

ଭୋଗୀ, ଯୋଗୀ, ରୋଗୀ କି ତ୍ୟାଗୀ
ଅନୁରାଗୀ କି ସହଯୋଗୀ
ନ ହୋଇ ହେଲେ ସହଭାଗୀ
ଯେ କେହି ପାରେ ଭାଷା ଜଗି

ଏ ସତ୍ୟ ହେବାରୁ ହୃଦ୍‌ବୋଧ
ଲେଖୁଛିଁ ନବାକ୍ଷରୀ ପଦ
ଭାଗବତର ଏହି ଛଂଦ
ମନରୁ ଦୂର କରେ ଦ୍ବଂଦ୍ବ

ସରଳ ଭାଷାରୁ ଆନଂଦ
ପାଇବା ଲୋକଂକ ପସଂଦ
ହୋଇଛି ଦୀର୍ଘକାଳବ୍ୟାପୀ
ପଠିତ ହେଉଛି ଅଦ୍ୟାପି

ଅଳ୍ପ ପାଠୁଆ ଏହି ରାଜ୍ୟ
ବାସୀଂକୁ ଏପରି ସାହାଯ୍ୟ
ଯୋଗାଇ ଜଗନ୍ନାଥ ଦାସ
ଓଡ଼ିଆ ଲୋକଂକ ନମସ୍ୟ

Comments are closed.