ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ନ କହି ଚୁପ୍ଚାପ୍ ରହି
ପାରୁଛିଁ ଦୁଃଖ ସୁଖ ସହି
ନାକ ତ ପବନର ପଥ
ସର୍ବଦା ଚଳେ ଯାତାୟାତ
ଦେଖେଁ ନିରବେ ଆଖି ଖୋଲି
ସ୍ଥିର, ଚଂଚଳ ଦୃଶ୍ୟାବଳି
ସେ ଚିତ୍ର କରେଁ ଅଧ୍ୟୟନ
ଶାଂତ, ନିର୍ମଳ ହୁଏ ମନ
କାନରେ ବାଜେ ଯେତେ ଧ୍ବନି
ସବୁ ନେବାକୁ ପଡ଼େ ମାନି
ଦୃଶ୍ୟ ଓ ଧ୍ବନି ବିଲୋପନ
ଆଡ଼କୁ ଯାଏନାହିଁ ମନ
ଏ ବିଶ୍ବ ଅଟେ ଭାଷାମୟ
ସର୍ବଦା ଅସ୍ଥିର, ଅଥୟ
ତା’ର ସଂପୂର୍ଣ ପରିଚୟ
ପାଇନି କେହି ସହୃଦୟ
ଭାଷାଂଶ ବିଶ୍ଳେଷଣ କରି
ଯାହା ବି ପାରୁଛୁଁ ଉଚ୍ଚାରି
ସେ ସବୁ ଶୁଣେ ଯଦି କାନ
ଆପେ ବଢ଼େ ସ୍ବଭାଷା ଜ୍ଞାନ
ଓଠ ଚଳାଇ ବେଳେବେଳେ
ସୁଖେ ସଂସାରେ ମୁହିଁ ଚଳେଁ
ମୋ କଥା ଫଳେ କି ନ ଫଳେ
ଚିଂତା କରିନି କେବେ ତିଳେ
Comments are closed.