Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ଔଷଧ ନକଲି କବିତା ଅସଲି

କୁଳାଙ୍ଗାରଙ୍କ ବ୍ୟଙ୍ଗ କବିତା

କମ୍ପାନୀ ନକଲି, ଡାକ୍ତର ନକଲି,
ଡାକ୍ତରଖାନା ନକଲି, ଔଷଧ ନକଲି,
ଚିକିତ୍ସା ନକଲିମୟ;
ହୃଦୟ ନକଲି, ନୋଅଟ ନକଲି,
ନକଲିର ମହୋତ୍ସବ ଦେଖି ରୋଗ
କରି ଯାଉଥିବ ଭୟ!!

ଯେଉଁ ଦୋକାନିଟି ଅଶି ଶତକଡା
ରିବେଟ ଔଷଧେ ଦେଉଚି;
କ୍ଷତିଗୁଡା କଣ ବାପ ସମ୍ପତ୍ତି
ଜମିବାଡି ବିକି ସହୁଚି?
ମୋ ସାଙ୍ଗ ବ୍ରଜ କହୁଚି,
ଯେତିକି ଦର ସେତିକି ଲେଖିଲେ
କାହା ପଛବିନ୍ଧା ହଉଚି??

ଦୋକାନୀ ବି ଲାଇସେନ୍ସ ନେଇ
ଆଉ ଜଣକ ନାଆଁରେ;
ବେଧଡକ ବିକ୍ରିକରେ ଔଷଧ
ସହର ଓ ଗାଆଁରେ!
ପ୍ରେସକ୍ରିପ୍ସନ ମାଗିଲେ କାହାରେ,
କହୁଛି ଅନଲାଇନି ଷ୍ଟୋରରୁ
ମଗେଇବି ତୁ ଥାଆରେ!!

ଆମର ଏଠି ଡାକ୍ତରଖାନାରେ
ଡାକ୍ତର ଅଭାବ ହେଉଛନ୍ତି;
ଅନଲାଇନ୍ ଷ୍ଟୋରରେ କିନ୍ତୁ
ଡାକ୍ତର ଗୁଡାକ ବଉଛନ୍ତି!
ଗରାଖ ଯୋଉଟା ଚାହୁଁଛନ୍ତି,
ଫଟାଫଟ ସିଏ ପ୍ରେସକ୍ରୁପ୍ସନରେ
ସେଇଟାକୁ ଲେଖି ଦଉଛନ୍ତି!!

ଇଶ୍ବରଙ୍କୁ ଯେବେ ନକଲି ଔଷଧ
ବାବାଦରେ ମୁଁ ଯାଇ ଅଭିଯୋଗ କଲି;
ସେ କହିଲେ ମୁଁ ତ ଗଛ ଓ ପାଣିରେ
ଅସଲି ଔଷଧ ଦେଲି!
ଶୁଣି ମୁଁ ଆସିଲି ଚାଲି,
ଗଛଟା ଲାଗିଲା ଗଞ୍ଜେଇ ମୋତେ
ପାଣିଟା ଦିଶିଲା ନାଲି!!

ଯଦି ଏବେ ଦେଖିଲ କିଏ
ଔଷଧ ବିକଳରେ ତାଟିଆ କାମୁଡୁଛି;
ଜାଣିବ ରାଗରେ ନୁହେଁ ନକଲି
ଔଷଧ ବିଚରାର ଭାଗ୍ୟରେ ପଡିଛି!!

Leave A Reply

Your email address will not be published.