ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଅନ୍ୟ କାହାର ପଛେ ପଡ଼ି
ଯେ ପାରେ ନିଜ କାମ ଛାଡ଼ି
ସମୟ ଆସେନି ବାହୁଡ଼ି
ଆଗ୍ରହ ଯାଏ ଦୂରେ ଉଡ଼ି
ତତ୍କାଳ ପ୍ରତିକ୍ରିୟା ଦେଇ
ଯେ ପାରେ ଉଲ୍ଲସିତ ହୋଇ
ତାହାର ଲେଖା ଓ ବଚନ
ଅବଶ୍ଯ ହୁଏ ମୂଲ୍ୟହୀନ
ସାହିତ୍ୟ ଭଳି ପୁଣ୍ୟ କାର୍ଯ
ନିମଂତେ ନ ରହିଲେ ଧୈର୍ଯ
ହୁଏ ସମୟ ଅପଚୟ
ଉତ୍ସାହ ହୋଇଥାଏ କ୍ଷୟ
ଅତ୍ୟୁଗ୍ର, ତୀବ୍ର ହେଲେ ବାଣୀ
ହୁଏ ଭାଷାର ବହୁ ହାନି
ପ୍ରତିଭାଧାରୀକୁ ପ୍ରତୀକ୍ଷା
କରିବାକୁ ପଡ଼ଇ ଏକା
ଅନୁଭୂତିରୁ ନେଇ ଶିକ୍ଷା
କଲେ ନିଜ ପ୍ରତିଭା ରକ୍ଷା
ସ୍ବଭାଷା ସହିତ ସଂପର୍କ
ଦୃଢ଼ ରହେ ଜୀବନ ଯାକ
ରହିଛି ଅନେକ ପ୍ରସଂଗ
ଭିନ୍ନ ଆକାର ରୂପ, ରଂଗ
ସେ ସବୁ କରିଲେ ସ୍ବୀକାର
ମିଳଇ ସ୍ଥାୟୀ ଉପକାର
Comments are closed.