Latest Odisha News

ଭାଷା ଭାଗବତ : କୃତିର ମହତ୍ତ୍ୱ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ନିଂଦା ଶୁଣିଲେ ବାରଂବାର
ସଂକଳ୍ପ ନିଂଦିତ ଲୋକର
ହୁଏ ଅଧିକ ଦୃଢ଼ୀଭୂତ
ସେ ରହେ ସ୍ବେଚ୍ଛା କର୍ମରତ

ନିଂଦାଗର୍ଭିତ କଟୁବାଣୀ
ଯେତେ ଲୋକ ଥାଆଂତି ଶୁଣି
କର୍ମର ପରିଣାମ ଦେଖି
ହୁଅଂତି ସଂକଳ୍ପର ସାକ୍ଷୀ

ନିଂଦା ପ୍ରଶଂସା ନିରପେକ୍ଷ
ହୋଇ ଯେ ପାଏ ନିଜ ଲକ୍ଷ୍ୟ
ନ ହୁଏ ସପକ୍ଷ, ବିପକ୍ଷ
କାମ ହିଁ ହୁଏ ସର୍ବମୁଖ୍ୟ

ବାଣୀର କ୍ଷଣିକତା ଜାଣି
ଅଧିକ କରି, ଅଳ୍ପ ଶୁଣି
କର୍ମଠ ବିତାଏ ଜୀବନ
କୃତି ହୁଏ ତା ଅବଦାନ

ନିଜେ ନିଜକୁ ସଂଶୋଧନ
କରି ଶିଖିପାରିଲେ ଜନ
ଘଟାଏ କୃତିର ସମ୍ମାନ
ତାହା ହିଁ ସ୍ପଷ୍ଟ ଉନ୍ନୟନ

କର୍ତା ହୋଇଲେ ଉପାସିତ
ବଢ଼େନି କୃତିର ମହତ୍ତ୍ୱ
ଏ ଯେଣୁ ସାଧାରଣ ସତ୍ୟ
ସାହିତ୍ଯ ରହେ ତା ସହିତ

Comments are closed.