Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୭

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ନୃସିଂହ ଉପାସନାର ପ୍ରଚଳନ ଅତ୍ୟନ୍ତ ପ୍ରାଚୀନ ଓ ଗୁରୁତ୍ୱ ପୂର୍ଣ୍ଣ। ସେହିପରି ଶ୍ରୀକ୍ଷେତ୍ରରେ ନୃସିଂହ ଠାକୁରଙ୍କ ଅବସ୍ଥିତି ମଧ୍ୟ ବ୍ୟାପକ। ପୂର୍ବ ଦିଗରେ ଚକ୍ର ନୃସିଂହ, ପଶ୍ଚିମ ଦିଗରେ ଉଗ୍ର ନିଶା ନୃସିଂହ, ଉତ୍ତର ଦିଗରେ ଆଦି ନୃସିଂହ, ଓ ଦକ୍ଷିଣ ଦିଗରେ ପଣ୍ଡୁ ନୃସିଂହ ବିରାଜିତ। ଏହା ଛଡା ଶ୍ରୀକ୍ଷେତ୍ରର ବିଭିନ୍ନ ଜାଗାରେ ଅନେକ ନୃସିଂହ ବିରାଜମାନ କରିଛନ୍ତି । ଯଥା ବାରବାଟୀ ନୃସିଂହ, ଲଷ୍ମୀ ନୃସିଂହ, ଅଭୟ ନୃସିଂହ, ପଣ୍ଡୁ ନୃସିଂହ, ଯଜ୍ଞ ନୃସିଂହ, ଶିଙ୍ଗଡା ନୃସିଂହ, ବାଡ଼ି ନୃସିଂହ, ହିରଣ୍ୟ କାଶ୍ୟପୁ ନୃସିଂହ ଆଦି ବିଭିନ୍ନ ନାମରେ ପୂଜିତ ହୁଅନ୍ତି।ଶ୍ରୀମନ୍ଦିର ମଧ୍ୟରେ ପନ୍ଦର ଗୋଟି ସ୍ଥାନରେ ଷୋହଳ ଗୋଟି ନୃସିଂହ ପୂଜା ପାଉଛନ୍ତି.ସେ ସ୍ଥାନ ଗୁଡିକ ହେଲା :- ସିଂହ ଦ୍ୱାର ଗୁମୁଟ, ବାଇଶି ପାହାଚ, ପ୍ଲଟ ନମ୍ବର ୨୧୪ ,୨୬୬, ଜଗମୋହନ, ଭୋଗ ମଣ୍ଡପ, ଦକ୍ଷିଣ ଘର, ଲଷ୍ମୀ ମନ୍ଦିର, ମଣ୍ଡଣି ଘର, ନିଶା ନୃସିଂହ ମନ୍ଦିର, କଳ୍କୀଅବତାର, ପୁରାଣ ନୃସିଂହ ମନ୍ଦିର, ଲଷ୍ମୀ ନୃସିଂହ ମନ୍ଦିର, ଓ ଅନ୍ୟ ଦୁଇଟି ନୃସିଂହ ମନ୍ଦିରରେ ନୃସିଂହଙ୍କୁ ପୂଜା କରାଯାଏ। ଆଗାମୀ ଅଧ୍ୟାୟରେ ଶ୍ରୀମନ୍ଦିରରେ ପାଳିତ ବିଭିନ୍ନ ଯାନିଯାତ୍ରା ସହ ନୃସିଂହ ଠାକୁର କିପରି ଜଡିତ ତାହା ଜାଣିବା। ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।

“ସକଳ ଧର୍ମ ତେଜି ଚିତ୍ତେ
ଯେ ମୋତେ ଭଜେ ଦୃଢ଼ ମତେ ।
ସେ ପ୍ରାଣୀ ଭକତ ଉତ୍ତମ
କହିଲେ ପୁରୁଷ ଉତ୍ତମ ।
ଜାଣି ନ ଜାଣି ମୋ ମହିମା
ଭଜନ୍ତି ଭକତ ଉତ୍ତମା ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.