Latest Odisha News

BREAKING NEWS

ଭାଷା ଭାଗବତ : ଉତ୍ସବ ପାଳନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

BjdElectrycity

ଅନ୍ନ ଖାଉଛୁଁ ପ୍ରତିଦିନ
ବର୍ଷକେ ଦିନଟେ ସମ୍ମାନ
ଜଣାଇ ଉତ୍ସବ ପାଳନ
କରିବା ଶୁଦ୍ଧ ଅପମାନ

ଯେ ଯାହା ନିଅଂତି ନିଷ୍ପତ୍ତି
କେହି ନ ଭାବି ଅବା ଚିଂତି
ଯେହେତୁ ମାନିନେଉଥାଂତି
ଦୁର୍ବଳ ହୁଏ ବ୍ୟକ୍ତି, ଜାତି

ନାନାଦି ଉତ୍ସବ ପାଳନ
କରି ଏଠାରେ ଜନଗଣ
ବଳ ଓ ବେଳ ଦେଇ ସାରି
ଯାଆଂତି ବାରଂବାର ହାରି

ପାରଂପରିକ କୃଷି ନାଶି
ଯିଏ ବି ହୋଇଥାଂତି ଖୁସି
ତାଂକର ବୋଲକରା ଗୁଣ
କରୁଛି ଚିଂତନ ହନନ

ଅନୁଭୂତିରୁ ନେଇ ଶିକ୍ଷା
କରିବ କିଏ ନୀତି ରକ୍ଷା ?
ଏଠି କାହାକୁ ଜଣା ନାହିଁ
ଏମିତି ରହିଥାଂତି ଜିଇଁ

ଭାଷା, ସଂସ୍କୃତି, ପରଂପରା
ସବୁ ହେବାରୁ ଦରମରା
ହେଉଛି ଯେତେ ଅବ୍ୟବସ୍ଥା
ତା ଯୋଗୁଁ ନଷ୍ଟ ହୁଏ ଆସ୍ଥା

Leave A Reply

Your email address will not be published.