ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ବହିରେ ଲେଖା ସ୍ଥିର ଜ୍ଞାନ
ନୁହେ ତ ପ୍ରତ୍ୟକ୍ଷ ଅର୍ଜନ
କରିଲେ ପୁନଶ୍ଚ ଲିଖନ
ଭାଷାର ମାନ ହୁଏ କ୍ଷୁଣ୍ଣ
ଜ୍ଞାନକୁ କରିଲେ ଆବଦ୍ଧ
ମେଧା ହୋଇଲେ ଅବରୁଦ୍ଧ
ସେହି ମେଧାର ଉତ୍ପାଦନ
ହୁଅଇ ଯାଚ୍ଛାତା ସମାନ
ଯେ ସତେ ସକ୍ରିୟ ଚିଂତକ
ହୁଏନି ଜ୍ଞାନ ପ୍ରଚାରକ
ନିଜର ଅନୁଭୂତି ଲେଖି
ପାରେ ଜ୍ଞାନ ମର୍ଯାଦା ରଖି
ମନୁଷ୍ୟ ହେଲେ ହେଁ ସ୍ବାଧୀନ
ଭାବନା ରଖିଲେ ଗୋପନ
ହୁଏନି ଭାଷାର ବିକାଶ
ଜ୍ଞାନ ବି ହୋଇପାରେ ନାଶ
ଏହି ପ୍ରଥା ଓ ପରଂପରା
ଭାଷାକୁ କରେ ଦରମରା
ମନରେ ପୋଷିଲେ ସାହସ
ଘଟଇ ଭାଷାର ବିକାଶ
Comments are closed.