Latest Odisha News

BREAKING NEWS

ଭାଷା ଭାଗବତ : ଧନ ଓ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ହାତରେ ଥିଲେ ସୁଦ୍ଧା ଧନ
ମୁଡରେ ନ ସଂଚିଲେ ଜ୍ଞାନ
ଧନର ଶୀଘ୍ର ବିଲୋପନ
ସଂଭବ ବୋଲି ବୁଝ, ଜାଣ

ଅଜ୍ଞାନ ପାଶେ ଥିଲେ ଧନ
ଉଚ୍ଛନ୍ନ ହୁଏ ତା’ର ମନ
ବୁଝେନି ଆଗ ଅବା ପଛ
ଅଯଥା କରିଚାଲେ ଖର୍ଚ

ଯେତେ ବି କରିଲେ ଅର୍ଜନ
ସେ ହୋଇଯାଏ ଧନହୀନ
ଜିଇଁଲେ ଏପରି ଜୀବନ
ସଂସାର ଲାଗେ ମୂଲ୍ୟହୀନ

ଜଣେ ଭାଷା ଜଡ଼ିତ ହୋଇ
ନିଜକୁ ଯଥାଧ୍ୟାନ ଦେଇ
କରିଲେ ନିଜ କାର୍ଯମାନ
ମିଳଇ ଧନ ସହ ଜ୍ଞାନ

ଉଭୟ ପାଇପାରେ ଯିଏ
ସର୍ବଦା ସୁଖୀ ହୋଇ ରହେ
ଅଳପ କଥା ସିନା କହେ
ଜ୍ଞାନ ଧନର ବୋଝ ବୋହେ

ଜ୍ଞାନ ବଳରେ ଚଳେ ବିଶ୍ବ
ଭାଷାରେ ଜ୍ଞାନର ପ୍ରକାଶ
ଘଟେ ଯେଉଁଠି ଅବିରତ
ସେ ଦେଶ ହୁଅଇ ଉନ୍ନତ

ଧନ ବାଂଟିଲେ ଦିନେ ଛିଡ଼େ
ଜ୍ଞାନ ବାଂଟିଲେ ନିତି ବଢ଼େ
ଜ୍ଞାନ ସଂଚିଲେ ମିଳେ ଧନ
ସୁଖରେ ବିତଇ ଜୀବନ

ଧନ ଓ ଜ୍ଞାନ ଭେଦାଭେଦ
ବୁଝିଲେ ମିଳଇ ସଂପଦ
ଏ କଥା ବହୁ ପରୀକ୍ଷିତ
କରେ ବ୍ୟକ୍ତି ଓ ବିଶ୍ବ ହିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments are closed.