Latest Odisha News

BREAKING NEWS

ଭାଷା ଭାଗବତ : ପ୍ରତ୍ୟକ୍ଷ ଲିଖନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ନ ବିଗିଡ଼ିଲେ, ହେବ ଭଲ
ସଜାଡ଼ି ହେଉଁ କଲବଲ
ମଇଳା କରି ନିଜ ମନ
ଧୋଇବା ପାଇଁ କରୁଁ ଯତ୍ନ

ପ୍ରଥମେ କିଛି ଭୁଲ୍‌ କରି
ତା’ପରେ କରିଲେ ଗୁହାରି
ମାଗିବା ବାରଂବାର କ୍ଷମା
ଠିକ୍‌ ବୁଝିବାନାହିଁ ଜମା

ମୂଳରୁ ନ କରିଲେ ଭୁଲ୍‌
ଆପେ ହୁଏନି ବିଲ୍‌କୁଲ୍‌
ଜାଣି ନ ଜାଣି ଆମେ କରୁଁ
କିଛି ଲେଖିବା ପାଇଁ ଡରୁଁ

ସହଜ ସରଳ ଭାଷାରେ
ଯେ ନିଜ ଭାବନା ପ୍ରସାରେ
ତା ଭାଷା ନୁହେ କଷ୍ଟକର
ଲେଖେ ସେ ନିତି ବାରଂବାର

ନିଜର ଭାଷା ପ୍ରତି ଭୀତି
କଲାଣି ଖୁବ୍‌ ବେଶି କ୍ଷତି
ଏତିକି ବୁଝି ଭାଷୀ ବ୍ୟକ୍ତି
ଦେଖାଂତୁ ସ୍ବଭାଷା ସଂପୃକ୍ତି

ଅଯଥା ଶବ୍ଦ ଆଡ଼ଂବର
କରେନି କାହା ଉପକାର
ଏ ସତ୍ୟ ଗଲେ ଥରେ ବୁଝି
ଲେଖିବା ପାଇଁ ହେବା ରାଜି

ମନୋଭାବ ହୋଇଲେ ଜାତ
ତାହାକୁ ନ କରି ସଜ୍ଜିତ
କରିଲେ ପ୍ରତ୍ୟକ୍ଷ ଲିଖନ
ବଢ଼ିବ ଭାଷାର ସମ୍ମାନ

ବଦଳାଇଲେ ମନୋଭାବ
ପଡ଼ିବ ତାହାର ପ୍ରଭାବ
ନିଜେ ହିଁ ହୋଇ ନିଜ ଗୁରୁ
ଭାଷାର ଉପକାର କରୁଁ

Leave A Reply

Your email address will not be published.