Latest Odisha News

BREAKING NEWS

ତ୍ୱଚା ଚମକାଇବ ପିଜୁଳି ପତ୍ର…ଜାଣନ୍ତୁ

ପଜୁଳି ସମସ୍ତଙ୍କ ପସନ୍ଦ । ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଉଭୟ ପାଇଁ ହିତକାରକ ପିଜୁଳି । କ’ଣ ଆପଣ ଜାଣିଛନ୍ତି ତ୍ୱଚା ପାଇଁ କେତେ ଉପକାରୀ ପିଜୁଳିର ପତ୍ର । ପିଜୁଳି ପତ୍ରର ବ୍ୟବହାର ଅନେକ ରୋଗକୁ ଦୂର କରିବା ପାଇଁ କରାଯାଏ। ମାତ୍ର ଏହି ପତ୍ରର ବ୍ୟବହାର ତ୍ୱଚା ପାଇଁ ମଧ୍ୟ କରିପାରିବେ।ଏହା ତ୍ୱଚା ଜନିତ ଅନେକ ସମସ୍ୟାକୁ ଦୂର କରିଥାଏ ।ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ,ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ତେବେ ଆସନ୍ତୁ ଜାଣିବା ପିଜୁଳି ପତ୍ର ବ୍ୟବହାର କରି କିପରି ଆମ ତ୍ୱଚାକୁ ସୁନ୍ଦର କରିପାରିବା।

ଶୀତଦିନେ ଆପଣଙ୍କ ତ୍ୱଚା ଅଧିକ ଶୁଷ୍କ ହେଉଥିଲେ, ପିଜୁଳି ପତ୍ରକୁ ପାଣିରେ ଭିଜାଇ ରଖି ଦିଅନ୍ତୁ । ପରେ ସେହି ପାଣିରେ ମୁହଁ ସଫା କରନ୍ତୁ। ଫଳରେ ମୁହଁ କୋମଳ ହେବା ସହ ଶୁଷ୍କପଣ ଦୂର ହୋଇଥାଏ ।

ତ୍ୱଚାରେ ବିଭିନ୍ନ ପ୍ରକାର ଦାଗ ଥିଲେ, ପିଜୁଳି ପତ୍ର ବ୍ୟବହାର କରିପାରିବେ। ପିଜୁଳି ପତ୍ରକୁ ପ୍ରଥମେ ଭଲ ଭାବେ ଧୋଇ ଏହାକୁ ପେଷି ଦିଅନ୍ତୁ । ପରେ ଦାଗ ହୋଇଥିବା ସ୍ଥାନରେ ଲଗାଇ ୧୫ ମିନିଟ୍‌‌ ରଖି ଧୋଇ ଦିଅନ୍ତୁ । ପିଜୁଳି ପତ୍ରକୁ ପେଷି ଏହାକୁ ତ୍ୱଚାରେ ଲଗାଇବା ଦ୍ୱାରା ମୁହଁର କୁଞ୍ଚନ ସମସ୍ୟା ଦୂର ହୋଇଥାଏ।

ତ୍ୱଚାରୁ ଅପରିଷ୍କାର ଜିନିଷ ବାହାର କରିବାରେ ମଧ୍ୟ ପିଜୁଳି ପତ୍ର ବ୍ୟବହାର କରାଯାଇଥାଏ । ସ୍ନାନ ଜଳରେ ପିଜୁଳି ପତ୍ର ପକାଇ ନିୟମିତ ସ୍ନାନ କରନ୍ତୁ । ଦେଖିବେ ଆପଣଙ୍କ ତ୍ୱଚାର କୋମଳତା ବୃଦ୍ଧି ଘଟିବ ।

Leave A Reply

Your email address will not be published.