Latest Odisha News

BREAKING NEWS

ବାରମ୍ବାର ଥଣ୍ଡାଜ୍ୱର ହେଉଛି କି ? ଏହି ଉପାୟ ଆପଣାନ୍ତୁ ଥଣ୍ଡାଜ୍ୱରରୁ ପାଇବେ ରକ୍ଷା….

ଋତୁ ପରିବର୍ତ୍ତନଶୀଳ । ଋତୁ ପରିବର୍ତ୍ତନକୁ ନେଇ ଘରେ ଘରେ ଥଣ୍ଡା ଜ୍ୱର ସମସ୍ୟା ଦେଖିବାକୁ ମିଳିଛି । ତେଣୁ ଥଣ୍ଡାଜ୍ୱର ପ୍ରାୟତଃ ଲାଗି ରହୁଛି । କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା । ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଦ୍ୱାରା ଶରୀର ସହଜରେ ରୋଗାଗ୍ରସ୍ତ ହୋଇଥାଏ। ଏପରି କିଛି ଖାଦ୍ୟ ରହିଛି ଯାହାକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଓ ମଜଭୂତ ହୋଇଥାଏ। ଯାହା ଆମ ଶରୀରକୁ ଥଣ୍ଡାରୁ ରକ୍ଷା କରିବା ସହ ସୁସ୍ଥ ରଖିବାରେ ସହାୟକ ହୋଇଥାଏ….

ତେବେ ଆାସନ୍ତୁ ଜାଣିବା ସେହି ସମସ୍ତ ଖାଦ୍ୟ ବିଷୟରେ…

-ତୁଳସୀ ଆଣ୍ଟି-ବାୟୋଟିକର କାମ କରିଥାଏ। ତେଣୁ ନିୟମିତ ତୁଳସୀ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

-ଅଧିକ ପରିମାଣରେ ପାଣି ପିଅନ୍ତୁ । ପାଣି ପିଇବା ଦ୍ୱାରା ଶରୀରରୁ ଅଦରକାରୀ ପଦାର୍ଥ ନିର୍ଗତ ହେବାରେ ସହାୟକ ହୋଇଥାଏ । ଥଣ୍ଡା ପାଣି ପରିବର୍ତ୍ତେ ହାଲକା ଉଷୁମ ପାଣି ପିଇବା ଖୁବ ଉତ୍ତମ।

-ସାଲାଡ଼ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏଥିରେ ବିଭିନ୍ନ ପ୍ରକାର ପୋଷକ ଥିବାରୁ ଏହା ଖୁବ ସ୍ୱାସ୍ଥ୍ୟ ଉପକାରୀ। ଆପଣ ବିଟ, ଗାଜର, ପିଆଜ, କାକୁଡ଼ି ମିଶାଇ ଖାଇପାରିବେ ଏହା ମଧ୍ୟ ଶରୀର ପାଇଁ ଉତ୍ତମ ।

-କାଜୁ , ବାଦାମ, ପେସ୍ତା ବାଦାମ ଆଦିକୁ ପାଣିରେ ଭିଜାଇ ଏହାକୁ ସକାଳେ ଖାଆନ୍ତୁ। ଏହା ମଧ୍ୟ ଶାରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯେ।ଗାଇଥାଏ।

-ଅଧିକ ରସଯୁକ୍ତ ଫଳ ଖାଇବା ଖୁବ ଉତ୍ତମ। ଯେପରି କମଳା ଆଦି ଅନ୍ୟାନ୍ୟ ଫଳ, ଏଥିରେ ଭିଟାମିନ ସି ପ୍ରଚୁର ପରିମାଣରେ ରହିଥାଏ। ଯାହା ରୋଗ ସହ ଲଢିବାକୁ ସାହାଯ୍ୟ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ। ମାତ୍ର ଫଳ ସହ କୌଣସି ଚାର୍ଟ ମସଲା, ଲୁଣ ଆଦି ମିଶାଇ ଖାଇବା ଉଚିତ ନୁହେଁ।

-ଗଜା ମୁଗ, ବୁଟ ଓ ଡ଼ାଲି ଜାତୀୟ ଖାଦ୍ୟ ମଧ୍ୟ ଅଧିକ ପରିମାଣରେ ଖାଆନ୍ତୁ। ଏଥିରେ ଭରପୂର ମାତ୍ରାରେ ପୋଷଣ ଥାଏ। ଏ ସମସ୍ତ ଖାଦ୍ୟ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହା ସହଜରେ ହଜମ ମଧ୍ୟ ହୋଇଥାଏ।

 

Leave A Reply

Your email address will not be published.