Latest Odisha News

କବିତା : ଅଭିମାନ

ବିଜୟିନୀ ଜେନା

ସଖା ମୋର,
ମୋ ଦୁଃଖ ବାନ୍ଧବ ବୋଲାଇଲ
କହି ପାରିବ
କାହିଁକି ମତେ ବସ୍ତ୍ରହୀନା କରିବାର
ସବୁ ବନ୍ଦୋବସ୍ତ କରି
ପୁଣି ଅଜସ୍ର ବସ୍ତ୍ରରେ
ପୋତିପକାଇଲ ?
ସବୁ ଫନ୍ଦିଫିକରକୁ
ଜାଣି ବି ଅଜଣା ହେଲ
ଆଖିରେ ଆଖିଏ ଲୁହ
ଛାତିରେ ଛାତିଏ କୋହ ଦେଇ…
ଅପମାନର ବିଷ ପିଆଇ….
ଯୁଦ୍ଧର ବାହାନା ଖୋଜିଲ

ସଖି ବୋଲି
ସୋହାଗର ଡାକ ଡାକି
କେମିତି ମୋ ପଣତରେ କାଳିମା ବୋଳିଲ ?
ପ୍ରାଣ ପ୍ରିୟ ଅର୍ଜୁନକୁ ଵୃହନଳା କରି
କି ସୁନ୍ଦର ନଚେଇଲ
ଶସ୍ତ୍ର ଧରିବନି ବୋଲି କଥା ଦେଇ
କଥା ଭାଙ୍ଗି ଦେଲ
ଧର୍ମ ସଂସ୍ଥାପନ ପାଇଁ ସୃଷ୍ଟ ମାୟାଜାଲ
ସଖା !
କାହିଁକି ମତେ ବସ୍ତ୍ରହୀନା କରିପାର
ସବୁ ବନ୍ଦୋବସ୍ତ କରି
ଅଜସ୍ର ବସ୍ତ୍ରରେ ପୋତି ପକାଇଲ ?
ମୋ ଅଭିମାନର ଦେବ କି ଉତ୍ତର ?

Leave A Reply

Your email address will not be published.