ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଆମର ସ୍ମୃତି, ଅନୁଭୂତି
କଥା କହିଲେ ବାହାରଂତି
ସେ ସବୁ କଲେ ଲିପିବଦ୍ଧ
ଭାଷାଟେ ହୁଅଇ ସମୃଦ୍ଧ
କଥା ତ ଧ୍ବନିର ଫୋଟକା
ଅଳ୍ପାୟୁ ହୋଇ ଏକା ଏକା
ଘଟେ ତାହାର ଅବସାନ
ପାଏନି ଯଥାର୍ଥ ସମ୍ମାନ
କଥାକୁ କରିଦେଲେ ଲିପି
କାଳ ଓ ସ୍ଥଳ ସୀମା ଟପି
ଦୀର୍ଘାୟୁ ହୋଇ ପାରେ ବ୍ୟାପି
ହୁଏନି ନିଶ୍ଚିହ୍ନ କଦାପି
ଲିପି ତ ଭାଷାର ସଂପତ୍ତି
ତାହାର ନିରଂତର ଗତି
ସହିତ ବହୁମୁଖୀ ବ୍ୟାପ୍ତି
ଘଟାଏ ଭାଷାର ଉନ୍ନତି
ପ୍ରତ୍ୟକ୍ଷ ସଂପର୍କ ରହିତ
ହେଲେ ବି ଲିପି କରେ ହିତ
ଏହା ତାହାର ମୁଖ୍ୟ ଗୁଣ
ଥିଲେ ହେଁ ଅଳ୍ପାଧିକ ଖୁଣ
ଅନୁଭୂତି ସଂଭୂତ ସ୍ମୃତି
ଭାଷାକୁ ଦିଏ ଦ୍ରୁତ ଗତି
ଶିଶୁଟେ ଶୁଣି ମନେ ରଖେ
ତା’ପରେ ଅକ୍ଷରରେ ଦେଖେ
କେଉଁ ଧ୍ବନିକୁ କେଉଁ ବର୍ଣ
ସେ ଜ୍ଞାନ କରେ ସେ ଅର୍ଜନ
ଯାହା ଶୁଣେ ସେ ତାହା କହେ
ଯାହା ଦେଖେ ତା ଲେଖିଦିଏ
ଏପରି ଚାଲେ ଶିଶୁ ଶିକ୍ଷା
ଭାଷାଟେ ପାଇଯାଏ ରକ୍ଷା
ମାତୃଭାଷାର ଏହି ଗୁଣ
ବୁଝଂତି ସର୍ବସାଧାରଣ
ଭାଷାରେ ଅସଂଖ୍ୟ ଅକ୍ଷର
ଥିଲେ, ମସ୍ତିଷ୍କ ଶିଶୁଟିର
ପାରେନି ଏତେ ବେଶି ଧରି
ତେଣୁ ସେ ଆପେ ଯାଏହାରି
ମୌଳିକ ବର୍ଣମାଳାଶ୍ରୟୀ
ଭାଷାଟେ ସରଳ ହୁଅଇ
ଶିଖିଲେ ବହୁ ଯୁକ୍ତାକ୍ଷର
ହୁଏ ଅଳପ ବ୍ୟବହାର
Comments are closed.