Latest Odisha News

BREAKING NEWS

ଭାଷା ଭାଗବତ : ଅତି ପ୍ରୀତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଅତି ଆଲୋକ କରେ ଅଂଧ
ଅତି ଚିଂତନ ଯୋଗୁଁ ଦ୍ବଂଦ୍ବ
ଅତି ଗର୍ଜନ କରେ କାଲ
ଅତି କଦାପି ନୁହେ ଭଲ

ଅତି ଜ୍ଞାନରୁ ଜାତ ଗଉଁ
ଅତି ଧନରୁ ଦୁଃଖ ପାଉଁ
ଅତିକୁ କରିଲେ ବର୍ଜନ
ସଂଭବ ପ୍ରଶାଂତି ଅର୍ଜନ

ଅତିର ପରିଣାମ ଇତି
ଯଦିଓ ସଭିଏଁ ଜାଣଂତି
ପ୍ରତ୍ୟେକେ ହୋଇ ଅତିଲୋଭୀ
ହୋଇଥାଆଂତି ଆତ୍ମଗର୍ବୀ

ଅତି ଅଧିକ କଥା, ଲେଖା
ନ ହେଉ ସ୍ବଭାଷାର ସଖା

Comments are closed.