ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଭାଷାର ବିଶାଳ ସଂସାର
ଉପରେ କାହା ଅଧିକାର
କେବେ ନ ଥିଲା, ଏବେ ନାହିଁ
ଅଯଥା ଚିଂତିତ କି ପାଇଁ?
ଯେ ଯାହା ପସଂଦ ସୁମରି
ହୋଇଲେ ଭାଷା ବ୍ୟବହାରୀ
କରଂତି ଭାଷାଂଶ ଲିଖନ
ସାହିତ୍ଯ ହୁଏ ଶାଂତିପୂର୍ଣ
ଅଥବା ହୁଏ ଶାନ୍ତିପୂର୍ଣ୍ଣ
କାହା ମନ ନ ହେଲେ କ୍ଷୁଣ୍ଣ
ସଂଭବ ବିକାଶ ବର୍ଧନ
ସମ୍ଭବ ବିକାସ ବର୍ଦ୍ଧନ
ଭିଡ଼ି ପଗଡ଼ି, ପିଂଧି ଟୋପି
ସ୍ବଭାଷୀ ହେଲେ କ୍ଷଣକୋପୀ
ଭାଷା ତ ପାରେନାହିଁ ବ୍ୟାପି
ଘର କୋଣରେ ରହେ ଛପି
ଅତି ବିବାଦ-ପରାୟଣ
ହୋଇଲେ ଲେଖକ ସୁଜନ
ହୁଏନି ଭାଷାର ଉନ୍ନତି
କେବେ ବୁଝିବ ଆମ ମତି ?
ତଳକୁ ଯାଉଥାଉଁ ଖସି
ତେବେ ବି ହେଉଥାଉଁ ଖୁସି
ଏହା ତ ଦାରୁଣ ଅବସ୍ଥା
ସଭିଏଁ ହରାଇଛୁଁ ଆସ୍ଥା