Latest Odisha News

ଭାଷା ଭାଗବତ : ଭାଷାର ମାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ନିଜକୁ କରିଲେ ବିଶ୍ବାସ
ନିଶ୍ଚୟ ହୁଅଇ ବିକାଶ
ସରଳ କଲେ ଲେଖ ଭାଷା
ବଢ଼ିବ ଲୋକଂକ ଭରସା

ସରଳ କଲେ ଲେଖା ଲିପି
ଭାଷା ପାରିବ ଶୀଘ୍ର ବ୍ୟାପି
ଜଟିଳତାରୁ ଜାତ ବାଧା
ପୂରାଏ ସବୁ ଅସୁବିଧା

ଭାଷା ନ କଲେ ବ୍ୟବହାର
ବଢ଼େନି ତା’ର ପରିସର
ନ ହୁଏ ସତରେ ବ୍ୟାପକ
ଯେତେ ବି ଚାହିଁଲେ ଲେଖକ

ଅସ୍ପଷ୍ଟ ଦେଖାଗଲେ ଲିପି
ପାଠକ ପଢ଼େନି କଦାପି
ବଢ଼ାଏ ଅନ୍ୟ ଭାଷା ପ୍ରୀତି
ମାତୃଭାଷା ହିଁ ସହେ କ୍ଷତି

ଲୋକେ ହୋଇଲେ ଲିପିଚ୍ୟୁତ
ଭାଷା ବି ହୁଏନି ଆଦୃତ
ଭାଷାଟେ ଯାଏ ମନୁ ଖସି
ପାରେନି ଆଉ ଥରେ ମିଶି

ମାତୃଭାଷା ମୋଟେ ନ କହି
ସୁଖେ ସଂସାରେ ହୁଏ ରହି
ସଫଳ ଓଡ଼ିଆ ସଂତାନ
ଏମିତି ବିତାଂତି ଜୀବନ

ତାଂକର ଧ୍ୟାନ ଆକର୍ଷଣ
କରିବା ଆଡ଼େ ଦେଲେ ମନ
ହୁଏତ ପୁଣି ସଂସ୍ଥାପନ
ଯୋଗୁଁ ବଢ଼ଂତା ଭାଷା ମାନ

Comments are closed.