ଗଦାଧର ସାହୁ
ତୋ ଦୀପ ଅଗ୍ନିକୁ
ମୋ ପାପ ନିଅଣ୍ଟ
ପୋଡି ପାଉଁଶ ହେବାକୁ,
ତଥାପି ସରୁନି
କେମିତି ତେଜିଛୁ
ଦୀପ ଅଗ୍ନି ସଳିତାକୁ ।
ଜନମ ବେଳରେ
କେତେ ପାପ ଥିଲା
କାହାକୁ କହିଛ କୁହ,
ମରଣ ବେଳକୁ
କେତେ ରହିଗଲା
ପାପି ଚାଲିଗଲା କୁହ ।
କର୍ମ କରୁ କରୁ
ଯେତେ ପାପ କଲି
ପୋଡେ ଅଗ୍ନି ଅନୁତାପେ,
ଯାହା ନ ପୋଡିଲା
ପୋଡି ଭସ୍ମ ହେଲା
ତୁମ ଦୀପ ଅଗ୍ନି ତାପେ ।
ସବୁ ଶେଷ ପରେ
ଶରୀର ରହିଲା
ପାପ ଗଣ୍ଡି ମୂଳ ପିଣ୍ଡ,
ତୋ ଅଗ୍ନି ପୋଡିଲା
ଭସ୍ମ ହୋଇ ଗଲା
ଦେଖୁଛି ସାରା ବ୍ରହ୍ମାଣ୍ଡ ।
ବ୍ରହ୍ମଗିରି