ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ପରଂପରାକୁ ଡରି, ପାଳି
ଲୋକେ ହେଲେଣି କେଉଁ ଭଳି
ସବୁଠି ହୁଏ ଦୃଶ୍ୟମାନ
ତେବେ ବି ବଦଳୁନି ମନ
ନିଜେ ଯେଉଁଥିପାଇଁ ଦାୟୀ
ରୋଦନ କରିବା କିପାଇଁ
କାହାକୁ କରିବା ଗୁହାରି
ଆମେ ତ ନିଦୁଆ ପ୍ରହରୀ
ନିଦ ଯାହାର ଏତେ ପ୍ରିୟ
ତାହାର ମନ ମଧ୍ୟେ ଭୟ
ଯେହେତୁ କରେ ସଦା ବାସ
ଜନମି ପାରେନି ସାହସ
ନିଜେ ନିଜତ୍ବ କରି ରକ୍ଷା
ଚଳିବା ପାଇଁ ଯେଉଁ ଶିକ୍ଷା
ଅଟଇ ଅତି ଆବଶ୍ଯକ
ତାହା ପାଆଂତିନାହିଁ ଲୋକ
ସଭିଏଁ ହେଲେ ଏକାଭଳି
ଥାଆଂତି ଜଂତୁ ଭଳି ଚଳି
ଏକ ଆରେକ ଠାରୁ ଭିନ୍ନ
ହୁଅଂତିନାହିଁ ଶିଶୁଗଣ
ସ୍ବାଧୀନ ଚିଂତାକୁ ଉତ୍ସାହ
ନ ମିଳେ, ତେଣୁ ଭୟାବହ
ହେଲାଣି ଆମର ଅବସ୍ଥା
ନିଜ ଉପରେ ନାହିଁ ଆସ୍ଥା
ଯିଏ ବି ହୁଏ କ୍ରୟକାରୀ
କିଛି ବି କରେନି ତିଆରି
ଖାଦ୍ୟ, ବସ୍ତ୍ର ଓ ସ୍ବାସ୍ଥ୍ୟ, ଶିକ୍ଷା
ସବୁ ତ ହୁଏ କିଣା, ବିକା
ବିକ୍ରୟକାରୀ ସଦା ଜିଣେ
କ୍ରୟକାରୀ ହିଁ ହାର୍ ମାନେ
ହାତରୁ ସରିଗଲେ ଧନ
ମନୁଷ୍ଯ ହୁଅଇ ବିଷଣ୍ଣ
ଭାବ ଓ ବସ୍ତୁ ରୂପାଂତର
ଘଟିଲେ ଭାଷା ଓ ସଂସ୍କାର
ହୁଏ ତହିଁର ହସ୍ତାଂତର
ମନୁଷ୍ଯ ହୁଏ କର୍ମବୀର
Comments are closed.