Latest Odisha News

ଭାଷା ଭାଗବତ : ସ୍ବକର୍ମତତ୍ପର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ପାଠକେ କରିଲେ ସ୍ବୀକାର

ତାହା ସର୍ବୋଚ୍ଚ ପୁରସ୍କାର

ଲେଖକ ସହିତ ପାଠକ

ଯୋଡ଼ଂତି ନିର୍ମଳ ସଂପର୍କ

 

ଅଭ୍ୟାସ ନାମକ ବଂଧନ

ବ୍ୟକ୍ତିକୁ କରିଥାଏ ନ୍ୟୂନ

ଯାହାଂକୁ ଯାହା ଲାଗେ ଭଲ

କରି ହୁଅଂତି କଲବଲ

 

ନିଜକୁ ବଦଳାଇ ଦେଖ

ବଦଳିଯିବେ ସବୁ ଲୋକ

ମଣିଷ ଜନ୍ମତଃ ଅନନ୍ୟ

ଏହାକୁ ଦେଉଁ ବେଶି ଧ୍ୟାନ

 

ଅନେକ ସଂସ୍ଥା ଆଉ ସଂଘ

କରୁଥାଆଂତି ସ୍ବପ୍ନଭଂଗ

ଏ ସବୁ କଲେ ପରିତ୍ୟାଗ

ବ୍ୟକ୍ତିକୁ ମିଳଇ ସୁଯୋଗ

 

ବନ ମଧ୍ୟରେ ବାଟ କାଢ଼ି

ଆଗକୁ ଯାଏ ଯିଏ ବଢ଼ି

ନିଶ୍ଚୟ ପାଏ ଠିକ୍‌ ଠାବ

ଏହି କଥାକୁ ମନେ ଭାବ

 

ଚାଲି ଚାଲି ପାଇଲେ ସୁଖ

ଅନାବଶ୍ୟକ ହୁଏ ଲକ୍ଷ୍ୟ

ଯେଉଁଠି ଗଲେ ବି ପହଂଚି

ଆନଂଦେ ରହିହୁଏ ବଂଚି

 

ନ ହେଲେ କାହା ଅନୁଚର

ମନରେ ପଶେନି ବିକାର

ସର୍ବଦା ସ୍ବକର୍ମତତ୍ପର

ହୋଇ ବୋଲାଏ କର୍ମବୀର

 

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments are closed.