Latest Odisha News

କୋର୍ଟ କର୍ମଚାରୀ ପିନ୍ଧିବେ ୟୁନିଫର୍ମ, ସରକାର ଦେବେ ସ୍ୱତନ୍ତ୍ର ଭତ୍ତା

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ଜିଲ୍ଲା ଓ ତଳ କୋର୍ଟ କର୍ମଚାରୀମାନେ ପିନ୍ଧିବେ ନିୟମିତ ୟୁନିଫର୍ମ। ଏହି ୟୁନିଫର୍ମ ପାଇଁ ସରକାର ଦେବେ ସ୍ୱତନ୍ତ୍ର ଭତ୍ତା। ପୁରୁଷ କର୍ମଚାରୀମାନେ ଧଳା ରଙ୍ଗର ଫୁଲ୍ ସାର୍ଟ ଓ ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧିବେ। ସେହିଭଳି ମହିଳା କର୍ମଚାରୀମାନେ ଧଳା ରଙ୍ଗର ସାଲୱାର ସୁଟ୍ ଓ ଚୁଡିଦାର ସହ ନୀଳ ରଙ୍ଗର ଓଢଣୀ ପିନ୍ଧିବେ। ସେହିପରି ଯେଉଁ ମହିଳାମାନେ ଶାଢୀ ପିନ୍ଧିବେ ତାହା ଧଳା ରଙ୍ଗ ଏବଂ ବର୍ଡର ନୀଳ ରଙ୍ଗ ରହିବ।

ଏହି ୟୁନିଫର୍ମ ପାଇଁ ପ୍ରତି ଦୁଇ ବର୍ଷକୁ ଥରେ ୪ ହଜାର ଟଙ୍କା ଭତ୍ତା ଦେବେ ସରକାର। କୋର୍ଟରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପିଛିଲା ଭାବେ ୨୦୨୩ ଏପ୍ରିଲ ୧ରୁ ଏହି ଭତ୍ତା ମିଳିବ ବୋଲି ଜଣାପଡ଼ିଛି। ତେବେ ଜଷ୍ଟିସ୍ ସେଟ୍ଟୀ କମିଶନଙ୍କ ସୁପାରିଶ ଅନୁସାରେ ସରକାର ୟୁନିଫର୍ମ ପାଇଁ ୪ ହଜାର ଟଙ୍କା ସହ ପ୍ରତି ୩ ମାସରେ ୨୦୦ ଟଙ୍କାର ସଫେଇ ଭତ୍ତା ମଧ୍ୟ ଦେବେ। ଅର୍ଥ ବିଭାଗର ଅନୁମୋଦନ ପରେ ରାଜ୍ୟ ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

Leave A Reply

Your email address will not be published.