Latest Odisha News

BREAKING NEWS

ଭାଷା ଭାଗବତ : ସ୍ବର ଚିହ୍ନାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୬ 

ଏ ଗୀତ ହୋଇଛି ଏପରି
ପ୍ରତ୍ୟେକ ଧାଡ଼ି ମାତ୍ରା ଧରି
ସ୍ବରବର୍ଣର ଚିହ୍ନରାଜି
ଅଛଂତି କ୍ରମରେ ବିରାଜି

କାଲିଠୁଁ ନୂଆ ଲେଖା ମୋର
ପାଣିରୁ ଧୂଳି ନେଲା ଚୋର
ସାହିକୁ କୂପ ହେବ ଲୋଡ଼ା
ରାତିରୁ ପୂଜା ହେଲା ଯୋଡ଼ା

ଗାଡ଼ିରୁ ମୂର୍ଖ ନେଲା ଜୋତା
ଆଜିଠୁଁ ପୂର୍ଣ ହେବେ ଶ୍ରୋତା
ଧାଡ଼ିରୁ ମୂକ ନେତା ଖୋଜ
ବାଡ଼ିରୁ ଭୂତ ଟେକେ ବୋଝ

ଦାବିରୁ ପୂରା କେତେ ଗୋଟା
ନାତିକୁ ନୂଆ ଶେଯ ମୋଟା
ମାଟିରୁ ପୂରେ ପେଟ ଭୋକ
ପାଟିରୁ ପୂର୍ବ ଖେଦ ଢୋକ

ପାରିଲୁ ମୂଷା ମେଳ ପୋଡ଼ି
ସାରିଲୁ ମୂଳ ଯେବେ କୋଡ଼ି
ପାରିବୁ ଗୂଢ଼ ଭେଦ ଯୋଡ଼ି
କାଟିବୁ ମୂର୍ତି ବେକ ମୋଡ଼ି

ଆଇଉ ଊଏଓ ସହିତ
ଶିଖାଳି ହେଲେ ପରିଚିତ
ମିଳିଲା ମାତ୍ରା ଯୋଡ଼ା ଜ୍ଞାନ
ଲିଖନ ହେଉ ପରିଚ୍ଛନ୍ନ

ଧନ ଧାନ ଓ ସତ ସାତ
ମାଛ ମାଛି ଓ ମତ ମିତ
ଗତ ଗୀତ ଓ ନଳ ନୀଳ
ଧନ ଧନୁ ଓ କଳ କୁଳ

ମଳ ମୂଳ ଓ ମତ ମୂତ
ବଥା ବୃଥା ଓ ମତ ମୃତ
ଦଶ ଦେଶ ଓ ବଳ ବେଳ
ବଧ ବୈଧ ଓ ତଳ ତୈଳ

ମର ମୋର ଓ ଘର ଘୋର
ମନ ମୌନ ଓ ପର ପୌର
ଏ ରୂପେ କରିବା ଲିଖନ
ବୁଝିବା ମାତ୍ରା ସଂଯୋଜନ

ସହଜ ଭାଷାକୁ କଠିନ
କରିଲେ ଲିଖନ ପଠନ
କାମରୁ ବଢ଼େନାହିଁ ଜ୍ଞାନ
ଶିଖାଳି ହୁଏ ହଇରାଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments are closed.